୯ ମାସ ପରେ ରାଜ୍ୟରେ ଖୋଲିବ ମଦ ବାର : ଅବକାରୀ ବିଭାଗର ନିର୍ଦ୍ଦେଶନାମା; କରୋନା କଟକଣା ଭିତରେ ହୋଟେଲ, ରେଷ୍ଟ୍ରୁରାଂଟ ଓ ବିୟର ପାର୍ଲରରେ ବସି ମଦ ପିଇ ପାରିବେ ଗ୍ରାହକ Kanak News

କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ମଦ ବାର । ଦୀର୍ଘ ୯ ମାସ ପରେ ବାର ଖୋଲିବାକୁ ଯାଉଛି । ଫଳରେ ବିୟର ପାର୍ଲର, ହୋଟେଲ, ରେଷ୍ଟୁରାଂଟ ଓ କ୍ଲବରେ ବସି ମଦ ପିଇ ପାରିବେ ଗ୍ରାହକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ଅବକାରୀ ବିଭାଗ । ପୂର୍ବରୁ କେବଳ ଟେକ୍-ଆୱେ ଅର୍ଥାତ ମଦ କିଣିନେବା ପାଇଁ ଅନୁମତି ରହିଥିଲା । ହୋମ ଡେଲିଭରି ମଧ୍ୟ କରୁଥିଲେ ମଦ ବିକ୍ରେତା । କିନ୍ତୁ ବାରରେ ବସି ମଦ ପିଇବା ପାଇଁ ଅନୁମତି ନଥିଲା ।

ଏବେ ଲାଇସେନ୍ସ ସର୍ତାବଳୀ ଅନୁସାରେ ନିର୍ଦ୍ଧାରିତ ସମୟରେ ମଦ ଦୋକାନ ଖୋଲିବା ସହିତ କୋଭିଡ ନିୟମ ଭିତରେ ଗ୍ରାହକ ବସି ମଦ ପିଇ ପାରିବେ ବୋଲି କୁହାଯାଇଛି । ତେବେ କଂଟେନମେଂଟ ଜୋନରେ ଏଥିପାଇଁ ଅନୁମତି ଦିଆଯାଇ ନାହିଁ । ସେହିପରି ଲାଇସେନ୍ସ ସର୍ତାବଳୀର ଉଲ୍ଲଂଘନ କଲେ ମଦ ଦୋକାନ ବନ୍ଦ କରିପାରିବେ ଅବକାରୀ ବିଭାଗ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ ।



from Kanak News https://ift.tt/3nphoge https://ift.tt/3pWXUkK
୯ ମାସ ପରେ ରାଜ୍ୟରେ ଖୋଲିବ ମଦ ବାର : ଅବକାରୀ ବିଭାଗର ନିର୍ଦ୍ଦେଶନାମା; କରୋନା କଟକଣା ଭିତରେ ହୋଟେଲ, ରେଷ୍ଟ୍ରୁରାଂଟ ଓ ବିୟର ପାର୍ଲରରେ ବସି ମଦ ପିଇ ପାରିବେ ଗ୍ରାହକ Kanak News ୯ ମାସ ପରେ ରାଜ୍ୟରେ ଖୋଲିବ ମଦ ବାର : ଅବକାରୀ ବିଭାଗର ନିର୍ଦ୍ଦେଶନାମା; କରୋନା କଟକଣା ଭିତରେ ହୋଟେଲ, ରେଷ୍ଟ୍ରୁରାଂଟ ଓ ବିୟର ପାର୍ଲରରେ ବସି ମଦ ପିଇ ପାରିବେ ଗ୍ରାହକ Kanak News Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.