ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ପାଇଁ ମ୍ୟାଚ ବାଧାପ୍ରାପ୍ତ, ପ୍ରଥମେ ବ୍ୟାଟିଂ କରି କଙ୍ଗାରୁଦଳ ୨୧/୧

ସିଡନୀ ୦୭।୦୧: ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ସିରିଜର ତୃତୀୟ ମ୍ୟାଚ୍ ଅଷ୍ଟ୍ରେଲିଆର ସିଡନୀ ଗ୍ରାଉଣ୍ଡରେ ଖେଳଯାଉଛି। ୪ଟିକିଆ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ ରହିଛନ୍ତି। ତେଣୁ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତି ଉଭୟ ଦଳ ସିରିଜରେ ଅଗ୍ରଣୀ ହେବାକୁ ଉଦ୍ୟମ କରିବେ। ଏହିପରିପେକ୍ଷୀରେ ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ। କିନ୍ତୁ କଙ୍ଗାର ଟିମ୍ କୁ ପ୍ରାରମ୍ଭିକ ଝଟକା ଦେଉଛନ୍ତି ଟିମ୍ ଇଣ୍ଡିଆ ବୋଲର। ଅଷ୍ଟ୍ରେଲିଆ ଓପନର ଡେଭିଡ଼ ଓ୍ୱାର୍ଣ୍ଣରଙ୍କୁ ଆଉଟ କରିଛନ୍ତି ଭାରତୀୟ ବୋଲର ମହମ୍ମଦ ସିରାଜ । ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳକୁ ୬ରନ୍‌ରେ ଗୋଟିଏ ଓ୍ୱିକେଟ୍‌ ହରାଇବାକୁ ପଡିଥିଲା । ଡେଭିଡ଼ ଓ୍ୱାର୍ଣ୍ଣର ୫ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି । ତେବେ ମ୍ୟାଚ୍‌ରେ ୭ତମ ଓଭର ଖେଳାଯାଉଥିବା ବେଳେ ବର୍ଷା ବାଧକ ସାଜିଛି । ଯାହାଫଳରେ କି ଖେଳକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦଳ ୭.୧ ଓଭର ସୁ୍ଦ୍ଧା ୨୧ରନ୍‌ କରିବାରେ ସକ୍ଷମ ହୋଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା ଓ ନବଦୀପ ସୈନୀଙ୍କୁ ସୁଯୋଗ ମିଳିଥିବା ବେଳେ ମୟଙ୍କ ଅଗ୍ରଓ୍ୱାଲ ବାଦ୍ ପଡିଛନ୍ତି ।



from Prameya News7 https://ift.tt/3hWfUcj
ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ପାଇଁ ମ୍ୟାଚ ବାଧାପ୍ରାପ୍ତ, ପ୍ରଥମେ ବ୍ୟାଟିଂ କରି କଙ୍ଗାରୁଦଳ ୨୧/୧ ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ପାଇଁ ମ୍ୟାଚ ବାଧାପ୍ରାପ୍ତ, ପ୍ରଥମେ ବ୍ୟାଟିଂ କରି କଙ୍ଗାରୁଦଳ ୨୧/୧ Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.