ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ପୁଣି ନିଖୋଜ: କୁତ୍ରା ଥାନାରେ ଏତଲା ଦେଲେ ବିରୁଜଙ୍କ ଭଉଣୀ; ଅଭିଯୋଗ ପାଇବା ପରେ ପୁଲିସର ତନାଘନା Kanak News

କନକ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରୁ ଓଡ଼ିଶା ଫେରିଥିବା ସୁନ୍ଦରଗଡ଼ର ବିର୍ଜୁ କୁଲୁ ନିଖୋଜ । ଶନିବାର ରାତିରୁ ବିର୍ଜୁଙ୍କ କୌଣସି ଖବର ମିଳୁନାହିଁ । ସୁନ୍ଦରଗଡ ଫେରିବା ପରେ ଭଉଣୀ ଘରେ ରହୁଥିଲେ ବିରଜୁ କୁଲୁ । ହେଲେ ଶନିବାର ରାତିରୁ ନିଖୋଜ ଅଛନ୍ତି ବିରଜୁ କୁଲୁ । କୁତ୍ରା ଥାନାରେ ଗତକାଲି ସନ୍ଧ୍ୟାରେ ବିରଜୁ କୁଲୁ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀ । ଗତ ନଭେମ୍ବର ୧୩ ତାରିଖରେ ବିରଜୁଙ୍କୁ ତାଙ୍କ ଗାଁ କଟଙ୍ଗକୁ ଅଣାଯାଇଥିଲା । ରୋଜଗାର ପାଇଁ ଯାଇଥିବା ବେଳେ ଅନ୍ୟମନସ୍କ ଭାବେ ୨୫ ବର୍ଷ ତଳେ ପାକ୍ ସୀମାରେ ପଶିଯାଇଥିଲେ ବିରଜୁ । ସେବେ ଠାରୁ ଲାହୋର ଜେଲ୍ରେ ବନ୍ଦୀ ଜୀବନ ବିତାଉଥିଲେ ।
କୁତ୍ରା ବ୍ଲକ କଟଙ୍ଗ ପଞ୍ଚାୟତ ଜଙ୍ଗରପଡ଼ାର ମାନସିକ ଭିନ୍ନକ୍ଷମ ମାରକୁସ୍ କୁଲୁ ଓରଫ୍ ବିର୍ଜୁ ଛୋଟବେଳେ ଝାଡ଼ଖଣ୍ଡ ବଲବା ଗ୍ରାମ ସ୍ଥିତ ମାମୁଁ ଘରେ ରହୁଥିଲେ। ସେ ହଠାତ୍ ଦିନେ ଉଭାନ ହୋଇଯାଇଥିଲେ। ତା’ପରଠାରୁ ବିର୍ଜୁଙ୍କ ଆଉ କୌଣସି ପତ୍ତା ମିଳିନଥିଲା। ଅଜାଣତରେ ସେ ଚାଲିଚାଲି ଭାରତ ସୀମା ପାର କରି ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନ ସୀମାରେ ପାଦ ଦେବାପରେ ସେଠାକାର କିଛି ଲୋକ ତାଙ୍କୁ କାବୁ କରି ଶିଖରପୁରକୁ ନେଇଯାଇଥିଲେ। ସେଠାରେ ପୁଲିସ୍ ତାଙ୍କୁ ଗିରଫ କରି ସପ୍ତାହେ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଲାହୋର ଜେଲ୍ରେ ବନ୍ଦୀ କରାଯାଇଥିଲା।
ଏ ବିଷୟରେ ସଂପୂ୍ର୍ଣ୍ଣ ଅଜ୍ଞ ଥିଲେ ପରିବାର। ପୁଅର ଫେରିବା ବାଟକୁ ଚାହିଁ ତାଙ୍କ ବାପା-ମା’ ବି ଆରପାରିକୁ ଚାଲିଗଲେ। ଏମିତିକି ଅନ୍ୟ ପ୍ରିୟଜନ ବି ବିର୍ଜକୁ ଏକରକମର ଭୁଲି ସାରିଥିଲେ। ତେବେ ୨୦୧୯ ମସିହାରେ ହଠାତ୍ ବିର୍ଜୁଙ୍କ ଘରେ ପୁଲିସ ପହଞ୍ଚିଥିଲା। ବିର୍ଜୁ ପାକିସ୍ତାନ ଜେଲରେ ବନ୍ଦୀ ଥିବା ପୁଲିସ ସୂଚନା ଦେଇଥିଲା। ପାକିସ୍ତାନ ଜେଲ୍ରେ ପ୍ରାୟ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ସେ ଅକ୍ଟୋବର ୨୬ ରେ ମୁକୁଳିଥିଲେ। ୱାଘା ସୀମାରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଜିମା ଦିଆଯାଇଥିଲା। ସୂଚନା ପାଇବାପରେ ଜିଲ୍ଲା ପ୍ରଶାସନ ବିର୍ଜୁଙ୍କୁ ଜନ୍ମ ମାଟିକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା। ଏକ ସ୍ବତନ୍ତ୍ର ଟିମ୍ ନଭେମ୍ବର ୬ରେ ଅମୃତସର ଅଭିମୁଖେ ବାହାରିଥିଲା। ନଭେମ୍ବର ୧୩ ତାରିଖରେ ପ୍ରଶାସନ ବିର୍ଜୁଙ୍କୁ ଜନ୍ମମାଟି କୁତ୍ରାକୁ ଫେରାଇ ଆଣିଥିଲା।
from Kanak News https://ift.tt/2X3NBzb https://ift.tt/388xVkf
No comments: