ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ : କରୋନା ସଂକ୍ରମଣ ବୃଦ୍ଧି ହେତୁ ନିଆଯାଇଛି ନିଷ୍ପତ୍ତି; ସଂଘୀୟ ସରକାର ଓ ୧୬ ଟି ରାଜ୍ୟରେ ଲକଡ଼ାଉନ୍ ଘୋଷଣା Kanak News

କନକ ବ୍ୟୁରୋ : ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ୍ । ବଢୁଥିବା କରୋନାର ସଂକ୍ରମଣକୁ ଦେଖି ମଙ୍ଗଳବାର ଏଭଳି କଠୋର କଟକଣା ଘୋଷଣା କରିଛନ୍ତି ଜର୍ମାନ ଚାନସିଲର ଆଞ୍ଜେଲା ମର୍କେଲ । ଜର୍ମାନୀର ୧୬ଟି ସଂଘୀୟ ରାଜ୍ୟର ମୁଖ୍ୟଙ୍କ ସହ ଆଲୋଚନା ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଲି ପଦକ୍ଷେପ ଘୋଷଣା କରାଯାଇଛି ।

ଅର୍ଥାତ ଦେଶବ୍ୟାପୀ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୋଷାଣା ହୋଇଛି ଲକଡାଉନ୍ । ଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଜଣେ ବ୍ୟକ୍ତି ସର୍ବାଧିକ ୧୫ କିଲୋମିଟର ଯାତ୍ରା କରିପାରିବେ ବୋଲି କୁହାଯାଇଛି । ସେହିପରି ଜଣେ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ କେବଳ ଜଣେ ବ୍ୟକ୍ତିଙ୍କୁ ଭେଟି ପାରିବେ । ପୂର୍ବରୁ ୫ ଜଣଙ୍କୁ ଭେଟିପାରିବେ ବୋଲି ଅନୁମତି ରହିଥିଲା । କରୋନାର ନୂଅ ଷ୍ଟ୍ରେନ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ବ୍ରିଟେନ ପରେ ଏଭଳି କଠୋର ପଦକ୍ଷେପ ନେଇଛି ଜର୍ମାନୀ ।



from Kanak News https://ift.tt/38fn0p9 https://ift.tt/2L4v6Io
ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ : କରୋନା ସଂକ୍ରମଣ ବୃଦ୍ଧି ହେତୁ ନିଆଯାଇଛି ନିଷ୍ପତ୍ତି; ସଂଘୀୟ ସରକାର ଓ ୧୬ ଟି ରାଜ୍ୟରେ ଲକଡ଼ାଉନ୍ ଘୋଷଣା Kanak News ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ : କରୋନା ସଂକ୍ରମଣ ବୃଦ୍ଧି ହେତୁ ନିଆଯାଇଛି ନିଷ୍ପତ୍ତି; ସଂଘୀୟ ସରକାର ଓ ୧୬ ଟି ରାଜ୍ୟରେ ଲକଡ଼ାଉନ୍ ଘୋଷଣା Kanak News Reviewed by SUBHENDU BARAL on January 05, 2021 Rating: 5

No comments:

Powered by Blogger.