ମାହାଙ୍ଗା ଡବଲ୍ ମର୍ଡର ଘଟଣା : ପୋଲିସ କବ୍‌ଜାରେ ଆଉ ଜଣେ ଅଭିଯୁକ୍ତ, ୬କୁ ବୃଦ୍ଧି ପାଇଲା ଗିରଫ ସଂଖ୍ୟା

ନିଶ୍ଚିନ୍ତକୋଇଲି ୦୭।୦୧ : ମାହାଙ୍ଗା ଡବଲ୍ ମର୍ଡର ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯାହାକୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । କଟକରୁ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା  ରହିଛି । ବିଳମ୍ବିତ ରାତିରେ ସ୍ପେସାଲ ପୋଲିସ ଟିମ୍ ଦ୍ଵାରା ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏଥିସହ ତାଙ୍କ ସହଯୋଗୀ ପଚା ରାଉଳଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ପଚାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଦିନରେ ୨ଜଣଙ୍କୁ ହତ୍ୟା କରାଯାଇଛି। ପଚା ରାଉଳ ଏବଂ କୁଳମଣୀ ରାଉଳ ଯିବା ବେଳେ ୮/୧୦ ଜଣ ଦୁର୍ବୃତ୍ତ ଅର୍କିତ ଭାବେ ୨ ଜଣଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା ।

ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅନେକ ଟିମ୍‌ ଗଠନ କରାଯାଇଥିଲା, ଏବଂ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣ ଅଭିଯୁକ୍ତକୁ ଗିରଫ କରିଥିଲା । ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ନୁର୍ତଙ୍ଗ ଗ୍ରାମରେ ଚଢଉ କରି ଅନ୍ୟତମ ମାଷ୍ଟର ମାଇଣ୍ଡକୁ ମଧ୍ୟ ଗିରଫ କରିସାରିଛି । ଗତକାଲି ବିଳମ୍ବିତ ରାତିରେ ସ୍ପେସାଲ ପୋଲିସ ଟିମ୍ ଚଢାଉ କରି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଯାହାକୁ ମିଶାଇ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚିଛି ।



from Prameya News7 https://ift.tt/35kGqqS
ମାହାଙ୍ଗା ଡବଲ୍ ମର୍ଡର ଘଟଣା : ପୋଲିସ କବ୍‌ଜାରେ ଆଉ ଜଣେ ଅଭିଯୁକ୍ତ, ୬କୁ ବୃଦ୍ଧି ପାଇଲା ଗିରଫ ସଂଖ୍ୟା ମାହାଙ୍ଗା ଡବଲ୍ ମର୍ଡର ଘଟଣା : ପୋଲିସ କବ୍‌ଜାରେ ଆଉ ଜଣେ ଅଭିଯୁକ୍ତ, ୬କୁ ବୃଦ୍ଧି ପାଇଲା ଗିରଫ ସଂଖ୍ୟା Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.