ବାଇକକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ମାଆ, ଅଳ୍ପକେ ବର୍ତ୍ତିଗଲେ ବାପା ଓ ଝିଅ

କେନ୍ଦୁଝର,୦୬/୦୧: କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଗାନ୍ଧିଛକ ନିକଟରେ ବାଇକ୍‌-ଟ୍ରକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ  ସ୍ଥାନୀୟ ଲୋକେ ପିଛା କରି ଧୋବାଡିହା ନିକଟରେ ଅଟକାଇଥିଲେ ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବଡ଼ପଡା ଗ୍ରାମର ଭାଗୀରଥି ମହାନ୍ତ, ପତ୍ନୀ ଭୁବନମୋହିନୀ (୨୯) ଏବଂ ୬ ବର୍ଷର ଝିଅକୁ ଧରି ବାଇକ୍‌ରେ ବଜାରକୁ ସାମଗ୍ରୀ କିଣିବାକୁ ଆସିଥିଲେ। କିଣାକିଣି ସାରି ଫେରିବା ବେଳେ ଗାନ୍ଧିଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଛତିଶଗଡ଼ରୁ କଲିକତା ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଏଥିରେ ମହିଳା ଜଣଙ୍କ ବାଇକ୍‌ରୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ବାପ ଓ ଝିଅ ବର୍ତ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ ଟ୍ରକ୍‌ଟି ସେଠାରୁ ଖସି ପଳାଇ ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ପିଛା କରି ପ୍ରାୟ ଦେଢ଼ କିଲୋମିଟର ଦୂରରେ  ଧରିଥିଲେ । ପୋଲିସ ଟ୍ରକ୍‌କୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/2XbDI2k
ବାଇକକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ମାଆ, ଅଳ୍ପକେ ବର୍ତ୍ତିଗଲେ ବାପା ଓ ଝିଅ ବାଇକକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ମାଆ, ଅଳ୍ପକେ ବର୍ତ୍ତିଗଲେ ବାପା ଓ ଝିଅ Reviewed by SUBHENDU BARAL on January 05, 2021 Rating: 5

No comments:

Powered by Blogger.