ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌. ଦେଶବ୍ୟାପୀ ପୁଣି ଲକ୍‌ଡାଉନ୍‌ ଘୋଷଣା କଲେ ସରକାର

ନୂଆଦିଲ୍ଲୀ ୦୫।୦୧: କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣ ବଢିବାରେ ଲାଗିଛି । କିଛି ଦେଶରେ ଏହି ସଂକ୍ରମଣ ବଢୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏସବୁ ମଧ୍ୟରେ ବ୍ରିଟେନ୍‌ରେ ମଧ୍ୟ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣ ବଢିବାରେ ଲାଗିଛି । ଏଥିଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କିଛି କଡ଼ା ପଦକ୍ଷେପ ନେଇଛନ୍ତି । ଦେଶରେ ଲାଗିଥିବା ପ୍ରତିବନ୍ଧକୁ ଆହୁରି କଡ଼ାକଡ଼ି କରିବାକୁ ଘୋଷଣା କରିଛନ୍ତି । ପୁରା ଦେଶରେ ପୁଣି ଲକ୍‌ଡାଉନ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନ୍‌ ସରକାର ।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶରେ ବର୍ତ୍ତମାନ କରୋନାର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମଣ ସଂଖ୍ୟା ବଢିବାରେ  ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସ୍ଥିତିରେ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ଯାହାଦ୍ୱାରା କି ଅନେକ ଜୀବନ ମୃତ୍ୟୁମୁଖରୁ ବଞ୍ଚିପାରିବ । ଅସମ୍ବେଦଶୀଳ ଅଞ୍ଚଳରେ ଲୋକଙ୍କୁ ସାବଧାନ ସହ କାମ କରିବାକୁ ଅପିଲ୍‌ କରିବାକୁ କହିଛନ୍ତି । ଯଦି ଆବଶ୍ୟକ ନାହିଁ , ତେବେ କେହି ବି ହେଲେ ଘରକୁ ବାହାରନ୍ତୁ ନାହିଁ । ଲୋକମାନେ ନିୟମିତ ଭାବେ ମାସ୍କ ପିନ୍ଧନ୍ତୁ । କିଛି ସପ୍ତାହ ପାଇଁ ଦେଶରେ କଡ଼ା ନିୟମ ଲାଗୁ କରିବାକୁ ପଡୁଛି । ଯାହାଦ୍ୱାରା କି ଆମେ କରୋନାର ନୂଆ ଷ୍ଟ୍ରେନ୍‌କୁ କଣ୍ଟ୍ରୋଲ କରିବାରେ ସକ୍ଷମ ହେବା । ଦେଶରେ କ୍ଷୀପ୍ର କ୍ଷତିରେ କରୋନା ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି ।ମଙ୍ଗଳବାର ଦିନର ତଥ୍ୟ ଅନୁସାରେ , ଗତ ୨୪ଘଣ୍ଟାରେ ୮୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ସମୟ ଆମକୁ ଏକ୍‌ଜୁକ ହୋଇ ରହିବାର ଅଛି । ଯାହାଦ୍ୱାରା କି ଆମେ କରୋନାର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣରେ ରୋକ୍‌ ଲଗାଇପାରିବା । ଯଦି ଆମେ ଲଗାଇଥିବା କଡ଼ା ନିୟମରେ ସଫଳ ହେଉଛେ, ତେବେ ଫେବୃଆରୀ ମାସ ସୁଦ୍ଧା ଏହି ଭାଇରସରେ ନିୟନ୍ତ୍ରଣ ପାଇପାରିବ । ଲୋକଙ୍କ ଜୀବନ ବଞ୍ଚାଇବାକୁ ପାଇଁ ସରକାର ଲକ୍‌ଡାଉନ ଲଗାଇବାକୁ ଯାଉଛନ୍ତି ।



from Prameya News7 https://ift.tt/35co8bf
ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌. ଦେଶବ୍ୟାପୀ ପୁଣି ଲକ୍‌ଡାଉନ୍‌ ଘୋଷଣା କଲେ ସରକାର ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌. ଦେଶବ୍ୟାପୀ ପୁଣି ଲକ୍‌ଡାଉନ୍‌ ଘୋଷଣା କଲେ ସରକାର Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.