ବାୟୋ ବବଲ୍ ନିୟମ ଭାଙ୍ଗିବା ପଡୁଛି ମହଙ୍ଗା, ଭାରତୀୟ ଖେଳାଳିଙ୍କୁ ସମାଲୋଚନା କଲେ ସଞ୍ଜୟ ମଞ୍ଜରେକର

ସିଡନୀ, ୦୫/୦୧:   ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର୍ ସଞ୍ଜୟ ମଞ୍ଜରେକର ଅଷ୍ଟ୍ରେଲିଆରେ କ୍ରିକେଟରଙ୍କ ବାୟୋ ବବଲ୍ ପ୍ରୋଟୋକଲର ଉଲଙ୍ଘନ ଘଟଣାରେ ବର୍ଷିଛନ୍ତି । ସେ ନିୟମ ଭାଙ୍ଗିଥିବା ଖେଳାଳିଙ୍କୁ ସମାଲୋଚନା କରିଛନ୍ତି । ସେ ଏକ ଟ୍ୱିଟ୍ କରି କ୍ରିକେଟରଙ୍କ ଆଚରଣକୁ ନିନ୍ଦା କରିଛନ୍ତି ।

ମଞ୍ଜରେକରଙ୍କ ଏହି ଟ୍ୱିଟ୍ ସେହି ଭିଡିଓ ସାମ୍ନାକୁ ଆସିବା ପରେ ହୋଇଛି ଯେଉଁଥିରେ ଭାରତର କିଛି ଖେଳାଳି ରେଷ୍ଟୁରାଣ୍ଟରେ ଭୋଜନ କରୁଥିଲେ । ଭିଡିଓରେ ରୋହିତ ଶର୍ମା, ପୃଥ୍ୱୀ ଶ, ଶୁଭମନ ଗିଲ୍, ନବଦୀପ ସୈନୀ ଓ ଋଷଭ ପନ୍ତ ଥିଲେ । ଏହାକୁ ଜଣେ ଫ୍ୟାନ୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫ୍ୟାନ୍ ଜଣଙ୍କ ଏହା ମଧ୍ୟ ଦାବି କରିଥିଲେ ଯେ, ସେ ଖେଳାଳିଙ୍କ ପାଇଁ ବିଲ୍ ଭରିଥିଲେ ଓ ପନ୍ତ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ ।

ଏହି ଘଟଣାରେ ସଞ୍ଜୟ କହିଛନ୍ତି ଯେ, ଏହା ବହୁତ ସହଜ କଥା । ନିଜକୁ ଚୟନ ପାଇଁ ଉପଲବ୍ଧ ନରଖିବା କିମ୍ବା ଯଦି ଚୟନ ହୋଇଛି ତାହାଲେ ନିୟମକୁ ପାଳନ କରିବା । କିଛି ଖେଳାଳି ଉଭୟ କାମ କରିପାରି ନାହାଁନ୍ତି । ଏହି ଟ୍ୱିଟ ଉପରେ ୟୁଜରମାନେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ ଓ ଦିନିକିଆ ସିରିଜ୍ ଖେଳାଯାଇ ସାରିଛି । ଟେଷ୍ଟ ସିରିଜରେ ମଧ୍ୟ ଦୁଇଟି ମ୍ୟାଚ୍ ଖେଳ ସରିଛି ।ଜାନୁଆରୀ ୭ରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହା ମଧ୍ୟରେ ଭାରତୀୟ ଦଳର ବାୟୋ ବବଲ୍ ପ୍ରୋଟୋକଲ ନିୟମ ଉଲଙ୍ଘନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।



from Prameya News7 https://ift.tt/3nb4nqJ
ବାୟୋ ବବଲ୍ ନିୟମ ଭାଙ୍ଗିବା ପଡୁଛି ମହଙ୍ଗା, ଭାରତୀୟ ଖେଳାଳିଙ୍କୁ ସମାଲୋଚନା କଲେ ସଞ୍ଜୟ ମଞ୍ଜରେକର ବାୟୋ ବବଲ୍ ନିୟମ ଭାଙ୍ଗିବା ପଡୁଛି ମହଙ୍ଗା, ଭାରତୀୟ ଖେଳାଳିଙ୍କୁ ସମାଲୋଚନା କଲେ ସଞ୍ଜୟ ମଞ୍ଜରେକର Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.