ରାଉକେଲା୪/୧: ମୋବାଇଲ ଚୋରୀ ଅଭିଯୋଗରେ ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଦିଆଯାଉଥିବା ଅଭିଯୋଗ। ରାଉରକେଲା ଉଦିତ ନଗର ଥାନା ବିରୋଧରେ ଆସିଛି ଏପରି ସଂଙ୍ଗୀନ ଅଭିଯୋଗ । ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ଜଣେ ୧୩ ବର୍ଷର ନାବାଳକକୁ ଥାନାରେ ରଖି ଥାର୍ଡ ଡିଗ୍ରୀ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତି କି ବୁଟରେ ମାଡ଼ ମାରିବା ସହ ଉଲଗ୍ନ କରି ଇଲେକ୍ଟ୍ରି ସକ୍ ଦିଆଯାଇଥିବା ଅଭିଯୋଗ ହୋଇଛି।
ସାରା ରାତି ଥାନାରେ ରଖି ଅମାନୁଷିକ ଭାବେ ନିର୍ଯାତନା ଦେବା ପରେ ନାବାଳକକୁ ପୋଲିସ ଛାଡି ଦେଇଥିଲା। ଏପରି ଥାନାରେ ଯାହା ଘଟିଛି କାହା ସାମ୍ନାରେ ନ କହିବାକୁ ମଧ୍ୟ ଧମକ ଦେଇଥିଲା। ମା ବାପ ଛେଉଣ୍ଡ ୧୩ ବର୍ଷର ନାବାଳକ ତା ଜଜେମା ସହ ରହୁଛି ଟିମ୍ବର କଲୋନୀରେ ।
ପ୍ରଶ୍ନ ଉଠୁଛି ଯେ ଯଦି ନାବାଳକ ମୋବାଇଲ ଚୋରୀ କରିଥିଲା , ପୋଲିସ ନାବାଳକ ଠାରୁ ମୋବାଇଲ ଜବତ କଲା ତାହଲେ କାହିଁକି ପୋଲିସ ନାବାଳକ ବିରୋଧରେ ମାମଲା ରୁଜୁ କରି ସୁଧାର ଗୃହକୁ ପଠାଇଲା ନାହିଁ । ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପୋଲିସ ଆଇନର ପରିଧି ରହି ଏଭଳି କିପରି କଲେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
from Prameya News7 https://ift.tt/38WJwCm

No comments: