ସମୁଦ୍ରକୂଳ ଥାନା ଅଧିନରେ ଚାଲିଥିଲା ଦେହ ବ୍ୟବସାୟ, ଖସିଗଲେ ଗ୍ରାହକ ଏବଂ ଦେହଜୀବି, ଖାଲି ହାତରେ ଫେରିଲା ପୋଲିସ୍

ପୁରୀ୪/୧: ହୋଟେଲରେ ଦେହ ବ୍ୟବସାୟୀ ଚାଲିଥିବା ନେଇ ପୋଲିସର ତନାଘନା। ମିଳିଥିବା ସୂଚନା ମୁତାବକ ପୋଲିସ ତାର ଟିମ୍ ନେଇ ହୋଟେଲରେ ପହଞ୍ଚିଥିଲା। ସମୁଦ୍ର କୂଳ ଥାନା ଅଧୀନ ଚକ୍ରତୀର୍ଥ ରୋଡ୍‌ ଅଞ୍ଚଳରେ ଦେହ ବ୍ୟବସାୟ ହେଉଥିବା ଖବର ପାଇ ଏକ ହୋଟେଲରେ ଚଢ଼ାଉ କରିଛି ପୁଲିସ । ଏସପି କେ. ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରିଥିଲା ପୁଲିସ।

ସୂଚନା ମୁତାବିକ, ରବିବାର ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ଥିବା ଏକ ହୋଟେଲରେ ଦୁଇ ଦେହ ବ୍ୟବସାୟୀଙ୍କ ସହ ୨ ଗ୍ରାହକ ଥିବା ପୁଲିସକୁ ଖବର ମିଳିଥିଲା । ଦୁଇ ବଙ୍ଗୀୟ ଯୁବତୀଙ୍କୁ ଜଣେ ଅଟୋ ଚାଳକ ଆଣି ହୋଟେଲ ନିକଟରେ ଛାଡ଼ିଥିଲା। ଉଭୟ ଯୁବତୀ ୨୦୫ ନମ୍ବର ରୁମ୍‌କୁ ଯିବେ ବୋଲି କଥା ହେଉଥିବା ଅଟୋ ଚାଳକ ଜଣକ ଜାଣିପାରିଥିଲେ। ଗଣମାଧ୍ୟମ ପ୍ରତିିନିଧିଙ୍କ ସହ ଏସପିଙ୍କ ପାଖରେ ଏହି ଖବର ପହଞ୍ଚିଥିଲା। ପରେ ଏସପି ଶ୍ରୀ ସିଂହଙ୍କ ନିର୍ଦ୍ଦେଶକ୍ରମେ ପରେ ପୁଲିସ୍ ଏକ ଟିମ୍ ବିଳମ୍ବିତ ରାତିରେ ହୋଟେଲରେ ରେଡ୍ କରିଥିଲେ ।

ପ୍ରଥମେ ହୋଟେଲ ଚାରିପଟେ ପୋଲିସ ଜଗିଥିବା ବେଳେ ପୁଲିସର ଏକ ଟିମ୍ ୨୦୫ ନମ୍ବର ରୁମ୍‌ରେ ଚଢ଼ଉ କରିଥିଲା ତେବେ ସେଠାରେ ବଙ୍ଗୀୟ ଯୁବତୀ କିମ୍ବା ଗ୍ରାହକ ଧରାପଡି ନ ଥିଲେ। ସେହି ରୁମ୍‌ରେ ପୁରୀ ବୁଲିବାକୁ ଆସିଥିବା ଏକ ପର୍ଯ୍ୟଟଙ୍କ ପରିବାର ଲୋକ ଥିବା ପୋଲିସ ସୂଚନା ଦେଇଥିଲେ। ତେବେ ହେଟେଲ ଆଖ ପାଖ ରୁମ୍ ଯାଞ୍ଚ କରାଗଲା ନାହଁ, ଯଦି ଆଖ ପାଖ ରୁମ୍ ଯାଞ୍ଚ ହୋଇଥାନ୍ତ ତେବେ ବଙ୍ଗୀୟ ଯୁବତୀ ଓ ଗ୍ରାହକ ଧରାପଡିଥାନ୍ତେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।



from Prameya News7 https://ift.tt/3b4kuUt
ସମୁଦ୍ରକୂଳ ଥାନା ଅଧିନରେ ଚାଲିଥିଲା ଦେହ ବ୍ୟବସାୟ, ଖସିଗଲେ ଗ୍ରାହକ ଏବଂ ଦେହଜୀବି, ଖାଲି ହାତରେ ଫେରିଲା ପୋଲିସ୍ ସମୁଦ୍ରକୂଳ ଥାନା ଅଧିନରେ ଚାଲିଥିଲା ଦେହ ବ୍ୟବସାୟ, ଖସିଗଲେ ଗ୍ରାହକ ଏବଂ ଦେହଜୀବି, ଖାଲି ହାତରେ ଫେରିଲା ପୋଲିସ୍ Reviewed by SUBHENDU BARAL on January 03, 2021 Rating: 5

No comments:

Powered by Blogger.