ଭଦ୍ରକ୮/୧: ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ଭଦ୍ରକ ତିହିଡି ବଜ଼ାରରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଊର୍ଦ୍ଧ୍ବ ଦୋକାନ ଘର ପୋଡିଜଳି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡିଜଳି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ବିଳମ୍ବରେ ପହଞ୍ଚିଥିଲେ। କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ବହୁ ଦୋକାନ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡ କିପରି ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଅଗ୍ନିକାଣ୍ଡରେ ଦୋକାନମାନଙ୍କରେ ବ୍ୟାପକ ଧନ ସମ୍ପତି ନଷ୍ଟ ହୋଇଥିବାର ସୂଚନା ମଲିଛି l
from Prameya News7 https://ift.tt/39i5Er8
ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ: ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର
Reviewed by SUBHENDU BARAL
on
January 07, 2021
Rating:

No comments: