ମର୍ଣ୍ଣିଂ ଓ୍ବାକ ବେଳେ ଚଢ଼ିଗଲା ଟ୍ରକ, ଚାଲିଗଲା ଯୁବତୀଙ୍କ ଜୀବନ

ଯାଜପୁର୮/୧: ମର୍ଣ୍ଣିଂ ଓ୍ବାକବେଳେ ଚଢ଼ିଗଲା ଟ୍ରକ।  ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବର୍ଷାରାଣୀ ଜେନା ନାମକ ଯୁବତୀ ସାଙ୍ଗମାନଙ୍କ ସହ ମର୍ଣ୍ଣିଂ ଓ୍ବାକ କରିବା ବେଳେ  ପଛ ପଟୁ ଏକ ଚିପସ୍ ବୋଝେଇ ଟ୍ରକ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ବର୍ଷାଙ୍କ ମୃତ୍ୟୁ ଘଟିଛି।

 ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ସହ ଲୋକେ ରାସ୍ତା ରୋକ କରିଛନ୍ତି। ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି।



from Prameya News7 https://ift.tt/3hUPCar
ମର୍ଣ୍ଣିଂ ଓ୍ବାକ ବେଳେ ଚଢ଼ିଗଲା ଟ୍ରକ, ଚାଲିଗଲା ଯୁବତୀଙ୍କ ଜୀବନ ମର୍ଣ୍ଣିଂ ଓ୍ବାକ ବେଳେ ଚଢ଼ିଗଲା ଟ୍ରକ, ଚାଲିଗଲା ଯୁବତୀଙ୍କ ଜୀବନ Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.