ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା, ନିୟୋଜିତ ଅଛନ୍ତି ୧୬ଟି ଟିମ୍

ପଟ୍ଟାମୁଣ୍ଡାଇ, ୦୬|୦୧: ରାଜନଗର ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ  ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଗଣନା ଆରମ୍ଭ ହୋଇଛି । ଏହି ଗଣନା ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ପର୍ଯ୍ୟନ୍ତ  ଚାଲିବ  । ଏନେଇ ପାଚଂଟି ରେଞ ରେ ୧୬ ଟିମ ନିୟୋଜିତ ହୋଇଛନ୍ତି ।

ପ୍ରତି ଟି ଟିମ୍‌ରେ ୫ ଜଣ ଲେଖାଏଁ  ସଦସ୍ୟ ରହିବାକୁ ସ୍ଥିର କରାଯାଇଛି । ମୁଖ୍ୟତଃ ଏହି ସମୟରେ ଦେଶୀୟ ପକ୍ଷୀ କାପରଖାଇ, ଅଜଂନା, ରାଣୀବଗ , ପାଣିକୁଆ ,ଖଇରା ଓ ଗେଣ୍ଡାଳିଆ ଆଦି ୧୦ ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ବଂଶ ବିସ୍ତାର ପାଇଁ ଗୁଁଆ,ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି ।

ସେହିପରି  ପ୍ରତିଟି ଟିମରେ ବନ ବିଭାଗ କର୍ମଚାରୀ , ପକ୍ଷୀ ବିଶାରଦ ଓ ଏନଜିଓ ମେମ୍ବରମାନେ ରହି ଗଣନା କରିବେ ବୋଲି ବନବିଭାଗ ସ୍ଥିର କରିଛି । ଭିତରକନିକା ର ରାଜନଗର, କନିକା , ଗହିରମଥା , କୁଜଙ୍ଗ ପ୍ରଭୃତି ରେଞରେ ଜଙ୍ଗଲ ଭିତରେ ଥତ୍ବା ଜଳାଶୟ ଓ ସମୁଦ୍ର ଭିତରେ ଥିବା ଟାପୁ ରେ ମଧ୍ୟ ଏହି ଗଣନା କରାଯିବ ବୋଲି ସୁଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧତ୍କାରୀ 



from Prameya News7 https://ift.tt/2KVY4u5
ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା, ନିୟୋଜିତ ଅଛନ୍ତି ୧୬ଟି ଟିମ୍ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା, ନିୟୋଜିତ ଅଛନ୍ତି ୧୬ଟି ଟିମ୍ Reviewed by SUBHENDU BARAL on January 05, 2021 Rating: 5

No comments:

Powered by Blogger.