ନିର୍ବାଚନ ମଡେଲ ଭଳି ହେବ ଟିକାକରଣ, ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ଲୋକଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର ୦୨।୦୧ : ସାରାଦେଶରେ କରୋନା ଟୀକା ପାଇଁ ସରକାର ଯୋଜନା କରୁଛନ୍ତି । ଖୁବଶୀଘ୍ର ଦେଶରେ ଟୀକାକରଣ ଆରମ୍ଭ ହେବ । ଟିକାକରଣ ନେଇ ଅନେକ ଯୋଜନା କରାଯାଇଛି। ତେବେ ନିର୍ବାଚନ ମଡେଲ ଭଳି ହେବ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ଲୋକଙ୍କୁ ଦିଆଯିବ ଟିକା। ରାଜ୍ୟରେ ୨୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ୮ ହଜାର ୨୭୬ ଜଣ ଟିକା କର୍ମୀ ଏଥିପାଇଁ ନିୟୋଜିତ ହେବେ। ସମସ୍ତଙ୍କ ଡାଟା ଅପଲୋଡ୍ ସରିଛି। ଏଥିପାଇଁ ୧୨୨୨ଟି କୋଲଡ୍ ଚେନ ରହିଛି।

ସେହିପରି ଟିକା ନେବା ଆଣିବା ପାଇଁ ଆଇଏଲଆର ୧୭୯୬ ଟି ଏବଂ ୧୭୭୧ଟି ଡିଫ୍ରିଜର ରହିଛି। ଗୋଟିଏ ରାଜ୍ୟ ସ୍ତରୀୟ ଟିକାକରଣ ଷ୍ଟୋର ଥିବା ବେଳେ ୯ଟି ଆଞ୍ଚଳିକ ଓ ୩୨ ଟି ଜିଲ୍ଲାସ୍ତରୀୟ ଟିକାକରଣ ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ। ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ। ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ। ଟିକାକରଣ ସ୍ଥାନରେ ୩ ଟି ରୁମ ରହିବ। ପ୍ରେକ୍ଷାଳୟ,ନିରୀକ୍ଷଣ ଓ ଟିକାକରଣ ରୁମ୍ ରହିବ। ଟିକାକରଣ ସରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଟିକାକରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ସାର୍ଟିଫିକେଟ ଦିଆଯିବ।



from Prameya News7 https://ift.tt/2Mirpis
ନିର୍ବାଚନ ମଡେଲ ଭଳି ହେବ ଟିକାକରଣ, ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ଲୋକଙ୍କୁ ଦିଆଯିବ ଟିକା ନିର୍ବାଚନ ମଡେଲ ଭଳି ହେବ ଟିକାକରଣ, ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ଲୋକଙ୍କୁ ଦିଆଯିବ ଟିକା Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.