ଆଜିଠୁ ସାରା ଦେଶରେ କରୋନା ଭାକସିନ୍‌ର ଡ୍ରାଏ ରନ୍, ଟିକାକରଣ ପୂର୍ବରୁ ହେବ ପ୍ରାକ୍ ପ୍ରସ୍ତୁତି

ନୂଆଦିଲ୍ଲୀ, ୦୨|୦୧: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ହ୍ରାସ ପାଇଥିବା ବେଳେ ବ୍ରିଟେନରେ ଚିହ୍ନଟ ଭାଇରସର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଏହାମଧ୍ୟରେ ଭାରତରେ କରୋନା ଭାକସିନ୍ ପାଇଁ ଏବେ ଆଉ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ସୂଚନା ମିଳିଛି  । ୨୦୨୧ ପ୍ରଥମ ୨ରୁ ୩ ମାସ ମଧ୍ୟରେ ଭାକସିନ୍ ଆସିଯିବାର ସମ୍ଭାବନା ରହିଛି । ଏଥିପାଇଁ ଶନିବାରଠୁ ସାରା ଦେଶରେ ଆରମ୍ଭ ହେବ ଭାକସିନର ଡ୍ରାଏ ରନ୍ ।

ଗତ ବୁଧବାର ଅନୁଷ୍ଠିତ ହୋଇଥିବା ଏସଇସି ବୈଠକ ଓ ଗୁରୁବାର ଆୟୋଜିତ ଡିସିଜିଆଇ ବୈଠକରେ ଡାକ୍ତର ବିଜି ସୋମାନୀ ଭାକସିନ୍ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଥିଲେ । ନୂଆ ବର୍ଷରେ ସେମାନେ ଖାଲି ହାତ ହେବେ ନାହିଁ ବୋଲି ସୂଚନା ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ସରକାର ପୂର୍ବରୁ ୮୩ କୋଟି ସିରିଞ୍ଜ୍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଦ୍ ଆହୁରି ୩୫ କୋଟି ସିରିଞ୍ଜ୍ ଅର୍ଡର କରାଯିବ । ଏହାକୁ କୋଭିଡ୍ ଟିକାକରଣ ପାଇଁ ଉପଯୋଗ କରାଯିବ । ଏହାସହ ଜାନୁଆରୀ ୨ରୁ ଦେଶର ସବୁ ରାଜ୍ୟରେ ଡ୍ରାଇ ରନ୍ ଆରମ୍ଭ ହେବ ।

ସେହିପରି, ରାଜ୍ୟର ୩୧ଟି ସ୍ଥାନରେ କରୋନା ଟିକାର ଡ୍ରାଏ ରନ୍ ହେବ ।  ୩୦ଟି ଜିଲ୍ଲା ମୁଖ୍ୟାଳୟ ଏବଂ କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି ହୋଇଛି । ଗୋଟିଏ କେନ୍ଦ୍ରରେ ୨୫ ଜଣ  ଏହି ଡ୍ରାଏ ରନରେ ସାମିଲ ହେବେ । ଟିକା ଆସିଲେ ପ୍ରଥମେ ରାଜ୍ୟ ଟିକା ଷ୍ଟୋରରେ ରହିବ । ତାପରେ ସେଠାରୁ ୯ଟି ଆଞ୍ଚଳିକ ଟୀକା ଷ୍ଟୋରକୁ ପାଠଯିବ । ଆଞ୍ଚଳିକ ଷ୍ଟୋରରୁ ୩୨ଟି ଜିଲ୍ଲା ଟିକା ଷ୍ଟୋରକୁ ପଠାଯିବ। ସେଠାରୁ ୧୨୨୨ଟି କୋଲ୍ଡ ଚେନ୍ ପଏଣ୍ଟକୁ ପଠାଯିବ । ସେଠାରୁ ୨୯୨୭୨ ସେସନ ସାଇଟକୁ ପଠାଯିବ । ସେଠାରେ ଟୀକା ଦିଆଯିବ ।



from Prameya News7 https://ift.tt/2XfC005
ଆଜିଠୁ ସାରା ଦେଶରେ କରୋନା ଭାକସିନ୍‌ର ଡ୍ରାଏ ରନ୍, ଟିକାକରଣ ପୂର୍ବରୁ ହେବ ପ୍ରାକ୍ ପ୍ରସ୍ତୁତି ଆଜିଠୁ ସାରା ଦେଶରେ କରୋନା ଭାକସିନ୍‌ର ଡ୍ରାଏ ରନ୍, ଟିକାକରଣ ପୂର୍ବରୁ ହେବ ପ୍ରାକ୍ ପ୍ରସ୍ତୁତି Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.