ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମହାରଥୀଙ୍କୁ ବିଜେଡିର ଜଣେ ଟାଣୁଆ ନେତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
Hon’ble Governor condoles the sad demise of Hon’ble MLA & Ex Minister Pradeep Maharathy and conveys his deep sympathy to the bereaved family and constituents. “He was a popular leader & able legislator, his untimely death is a big loss to the polity”, the Governor added. 🙏🙏
— Governor Odisha (@GovernorOdisha) October 4, 2020
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସେ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଥିଲେ। ପ୍ରକୃତରେ ସାଧାରଣ ଲୋକଙ୍କ ନେତା ଥିଲେ ପ୍ରଦୀପ ମହାରଥୀ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ‘ଶ୍ରୀ ମହାରଥୀ ଜଣେ ଖୁସ୍ ମିଜାସ୍ ତଥା କୌଣସି ବି ପ୍ରସଙ୍ଗରେ ରୋକଠୋକ୍ ଭାବରେ ନିଜର ମତ ରଖିବା ସହ ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳୀ ପାଇଁ ଏକ ବିରଳ ପରିଚୟ ସୃଷ୍ଟି କରିଥିଲେ। ସବୁବେଳେ ଲୋକଙ୍କ ସାଙ୍ଗରେ ରହିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ। ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେଲା।’
ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟ୍ୱିଟ୍ କରି କହିଛନ୍ତି, ‘ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ପିପିଲି ବିଧାନସଭା କ୍ଷେତ୍ରର ଲୋକପ୍ରିୟ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ।’
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
.@PandaJay expresses grief and sorrow on the sad demise of senior leader, Seven-time MLA & former minister from #Odisha, Shri Pradeep Maharathy.
Deepest condolences to the bereaved family.
Om Shanti 🙏🙏— Office of Jay Panda (@mp_office) October 4, 2020
ପଢ଼ନ୍ତୁ: ସ୍ୱର୍ଗଦ୍ୱାରରେ ହେବ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ
The post ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି appeared first on OTV Khabar..
from OTV Khabar. https://ift.tt/3cXnuB9
No comments: