କୋଭିଡ ସହ ଲଢେଇ କରୁଥିବା ଆମେରିକା ରାଷ୍ଟ୍ରପତି ସେୟାର କଲେ ଭିଡିଓ: ଟ୍ରମ୍ପ କହିଲେ, ମୁଁ ପୂର୍ବପେକ୍ଷା ବହୁତ ସୁସ୍ଥ, ମୋତେ ଫେରିବାକୁ ହେବ; ମୋତେ ଆମେରିକାକୁ ମହାନ କରିବାର ଅଛି Kanak News

କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ଟ୍ରମ୍ପଙ୍କ ଅସୁସ୍ଥତା ସହ ପରିଚିତ ଜଣେ ବ୍ୟକ୍ତି କହିଛନ୍ତି ଯେ, ଟ୍ରମ୍ପଙ୍କ ପାଇଁ ଗତ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।  କରୋନା ଆକ୍ରାନ୍ତ ହୋଇଥିବା ୭୪ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ହୃଦ୍‌ ସମସ୍ୟା ରହିଛି। ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ଘାତ ନିରାକରଣ ପାଇଁ ସେ ଏକ ଔଷଧ ଖାଊଛନ୍ତି। ୨୪୪ ପାଉଣ୍ଡ୍‌ ସହ ଟ୍ରମ୍ପ୍‌ଙ୍କ ଓଜନ ମୋଟାପଣର ସୀମାରେଖା ଅତିକ୍ରମ କରିଯାଇଛି। ଏହିସବୁ କାରଣ ପାଇଁ ଟ୍ରମ୍ପ୍‌ ଅତି ବିପଦରେ ରହିଛନ୍ତି ବୋଲି କୁହାଯାଉଥିବା ବେଳେ ଟ୍ରମ୍ପ ଭିଡିଓ ଜାରି କରି ଏହି କଥାକୁ ଖଣ୍ଡନ କରିଛନ୍ତି।

ତେବେ ଏହି ଭିଡିଓ ଜାରି କରି ଟ୍ରମ୍ପ କହିଛନ୍ତି ଯେ, ସେ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛନ୍ତି ଏବଂ ଖୁବ ଶୀଘ୍ର ସେ ଘରକୁ ଫେରିବେ ବୋଲି ଜଣାଇଛନ୍ତି। ଟୁଇଟ କରି ସେ ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ବହୁତ ଭଲ ଅନୁଭବ କରୁଛି | ମୋତେ ଠିକ୍ କରିବା ପାଇଁ ଆମର ପୂରା ଟିମ୍ କଠିନ ପରିଶ୍ରମ କରୁଛି | ମୋତେ ଫେରିବାକୁ ପଡ଼ିବ କାରଣ ଆମକୁ ପୁଣିଥରେ ଆମେରିକାକୁ ମହାନ କରିବାର ଅଛି। ତାଙ୍କର ଏଭଳି ଟୁଇଟ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଚର୍ଚ୍ଚାର ଅବସାନ ଘଟିଛି।



from Kanak News https://ift.tt/3jwpLFH https://ift.tt/3jwpFOl
କୋଭିଡ ସହ ଲଢେଇ କରୁଥିବା ଆମେରିକା ରାଷ୍ଟ୍ରପତି ସେୟାର କଲେ ଭିଡିଓ: ଟ୍ରମ୍ପ କହିଲେ, ମୁଁ ପୂର୍ବପେକ୍ଷା ବହୁତ ସୁସ୍ଥ, ମୋତେ ଫେରିବାକୁ ହେବ; ମୋତେ ଆମେରିକାକୁ ମହାନ କରିବାର ଅଛି Kanak News କୋଭିଡ ସହ ଲଢେଇ କରୁଥିବା ଆମେରିକା ରାଷ୍ଟ୍ରପତି ସେୟାର କଲେ ଭିଡିଓ: ଟ୍ରମ୍ପ କହିଲେ, ମୁଁ ପୂର୍ବପେକ୍ଷା ବହୁତ ସୁସ୍ଥ, ମୋତେ ଫେରିବାକୁ ହେବ; ମୋତେ ଆମେରିକାକୁ ମହାନ କରିବାର ଅଛି Kanak News Reviewed by SUBHENDU BARAL on October 03, 2020 Rating: 5

No comments:

Powered by Blogger.