ପୁରୀ: ଆପଣ ସୁନା, ରୂପା ମାସ୍କ…ଏପରିକି ହୀରା ଖଚିତ ମାସ୍କ ଶୁଣିଥିବେ ହେଲେ କେବେ ନଡ଼ିଆ ଷଢେଇରେ ମାସ୍କ ଶୁଣିଛନ୍ତି କି ? ହେଲେ ଏବେ ଏହି ମାସ୍କକୁ ନେଇ ବେଶ୍ ଚର୍ଚ୍ଚା।
ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ହଜୁରୀ ଭୀମସେନ ଖୁଣ୍ଟିଆ ନଡ଼ିଆ ସଢ଼େଇରେ ତିଆରି ମାସ୍କ ପିନ୍ଧି ହସ୍ତଶିଳ୍ପକୁ ପ୍ରୋତ୍ସାହନ କରିଛନ୍ତି। ଏହି ମାସ୍କ ଏଭଳି ଭାବରେ ତିଆରି କରାଯାଇଛି ଯେଉଁଥିରେ ନିଶ୍ୱାସ ନେବାପାଇଁ ଏକ ସ୍ୱତନ୍ତ୍ର ରାସ୍ତା କରାଯାଇଛି। ଯେପରି ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବନାହିଁ। ଏହା ଯେପରି ମୁହଁରେ ଲଗାଇଲେ କାଟିବ ନାହିଁ, ତେଣୁ ଭିତରେ ଦୁଇ ପରସ୍ତ କନା ମଧ୍ୟ ରହିଛି। ଫଳରେ ଏହାକୁ ପିନ୍ଧିବା ମଧ୍ୟ ଆରାମଦାୟକ।
ମୁହଁ ଓ ନାକକୁ ସୁରକ୍ଷା ଦେବା ପାଇଁ ଏହି ସ୍ୱତନ୍ତ୍ର ନଡ଼ିଆ ଷଢ଼େଇ ମାସ୍କ ତିଆରି ହୋଇଛି।
The post ନଡ଼ିଆ ଷଢେଇରେ ନିଆରା ମାସ୍କ appeared first on OTV Khabar..
from OTV Khabar. https://ift.tt/34x1nh9
ନଡ଼ିଆ ଷଢେଇରେ ନିଆରା ମାସ୍କ Rajalaxmi Sahoo
Reviewed by SUBHENDU BARAL
on
October 01, 2020
Rating:
No comments: