ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର ରେଲେଓ୍ୱ ଷ୍ଟେସନରେ ଗତକାଲି ରାତିରେ ଏକ ଅଘଟଣ ଘଟିଯାଇଛି। ରାତି ପ୍ରାୟ ୧୦ଟା ବେଳେ ଏକ ମାଲଗାଡ଼ି ଷ୍ଟେସନ ଅତିକ୍ରମ କରିବା ବେଳେ ଫୁଟ ଓଭରବ୍ରିଜ୍ ଭାଙ୍ଗିଯାଇଥିଲା। ଏହାସହ ୩ଟି ସିଗ୍ନାଲ ପୋଲ୍ ମଧ୍ୟ ଭାଙ୍ଗିଯାଇଥିବା ଜଣାଯାଇଛି।
ଖବର ପାଇରେଲେଓ୍ୱ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ଘଟଣାର ତଦନ୍ତ କରିଥିଲେ। ତେବେ ଓଭରବ୍ରିଜରେ ମାଲଗାଡ଼ିର କଛି ଅଂଶ ବାଜିବାରୁ ଏହା ଭାଙ୍ଗିଯାଇଥିବା ଅନୁମାନ କରାଯାଉଛି ।
ବ୍ରିଜ୍ ଭାଙ୍ଗି ଏହାର ଭଗ୍ନାବଶେଷ ଧାରଣାରେ ପଡ଼ିଥିବାରୁ ଅପ୍ ଲାଇନ୍ରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।
The post ମାଲବାହୀ ଟ୍ରେନ ଯାଉଥିବାବେଳେ ଭାଙ୍ଗିଗଲା ଫୁଟ ଓଭରବ୍ରିଜ୍ appeared first on OTV Khabar..
from OTV Khabar. https://ift.tt/34lKVzS
ମାଲବାହୀ ଟ୍ରେନ ଯାଉଥିବାବେଳେ ଭାଙ୍ଗିଗଲା ଫୁଟ ଓଭରବ୍ରିଜ୍ Minati Mishra
Reviewed by SUBHENDU BARAL
on
October 05, 2020
Rating:
No comments: