JEE Advanced: ଟପ୍‌ ୧୦୦ ତାଲିକାରେ ବଲାଙ୍ଗିରର ଦୁଇ ଭାଇ Minati Mishra

ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ। ଏଥିରେ  ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ।  କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି  ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ କରିଛନ୍ତି ।

ବଡ଼ଭାଇ ରୌନକ ଓଡ଼ିଶା ଟପ୍ପର ହୋଇଥିବାବେଳେ ସାନ ଭାଇ ମନ୍ଥନ ରାଜ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି । ଦୁଇ ଭାଇଙ୍କ ସଫଳତା ପାଇଁ ପରିବାରର ଖୁସି କହିଲେ ନ ସରେ । ରୌହନ ଏବଂ ମନ୍ଥନଙ୍କ କହିବା ଅନୁସାରେ ବିନା କୌଣସି ଟ୍ୟୁସନ ବା କୋଚିଂରେ ସେ ଏହି ସଫଳତା ପାଇଛନ୍ତି । ଲକଡାଉନ ଯୋଗୁଁ ବାହାରକୁ ଯାଇ ହେଉନଥିବାରୁ ଦୁହେଁ ପଢ଼ାପଢ଼ିକୁ ଗୁରୁତ୍ୱ ଦେଇଥିଲେ ।

ଆଗକୁ ଜଣେ ବୈଜ୍ଞାନିକ ହେବାର ସ୍ୱପ୍ନ ରଖିଥିବା ବେଳେ ଅନ୍ୟ ଭାଇ କମ୍ପୁଟର ବିଜ୍ଞାନୀ ହେବାର ଆଶା ରଖିଛନ୍ତି।

The post JEE Advanced: ଟପ୍‌ ୧୦୦ ତାଲିକାରେ ବଲାଙ୍ଗିରର ଦୁଇ ଭାଇ appeared first on OTV Khabar..



from OTV Khabar. https://ift.tt/3li7goS
JEE Advanced: ଟପ୍‌ ୧୦୦ ତାଲିକାରେ ବଲାଙ୍ଗିରର ଦୁଇ ଭାଇ Minati Mishra JEE Advanced: ଟପ୍‌ ୧୦୦ ତାଲିକାରେ ବଲାଙ୍ଗିରର ଦୁଇ ଭାଇ Minati Mishra Reviewed by SUBHENDU BARAL on October 05, 2020 Rating: 5

No comments:

Powered by Blogger.