ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା Minati Mishra

ପାରଳାଖେମୁଣ୍ଡି: ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ହେବ। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ । ଏ ନେଇ  ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି ।

ଅକ୍ଟୋବର ୧୫ରେ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିଲେ ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ । ସେମାନେ ପରୀକ୍ଷା ଦେବାକୁ ଗୋଟିଏ ବସ୍‌ରେ ଯାଉଥିଲେ । ବସ୍‌ଟି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଫଳରେ ସେମାନେ ପରୀକ୍ଷା ଦେଇପାରିନଥିଲେ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଓଜେଇଇ ଅଧ୍ୟକ୍ଷ ଏହାକୁ ଗ୍ରହଣ କରି ଏହି ପିଲାମାନଙ୍କ ପାଇଁ ୨୨ ତାରିଖରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି । ଏଣୁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ସଂପୃକ୍ତ ଛାତ୍ରଛାତ୍ରୀ ଜିଲ୍ଲାର ନୋଡାଲ ଅଫିସରଙ୍କୁ ମୋବାଇଲ ନମ୍ବର ୮୭୬୩୬୮୭୮୪୮ରେ କଲ୍ କରି ପରୀକ୍ଷା ଦେବାକୁ ଜିଲ୍ଲାପାଳ କହିଛନ୍ତି ।

The post ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା appeared first on OTV Khabar..



from OTV Khabar. https://ift.tt/34dhS2L
ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା Minati Mishra ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା Minati Mishra Reviewed by SUBHENDU BARAL on October 19, 2020 Rating: 5

No comments:

Powered by Blogger.