ଫେବୃଆରୀ ସୁଦ୍ଧା ୫୦% ଭାରତୀୟ ହେବେ କରୋନା ସଂକ୍ରମିତ : ବିଶେଷଜ୍ଞ କମିଟିର ସଦସ୍ୟ କହିଲେ, ୩୦% ଲୋକ ହୋଇସାରିଲେ ସଂକ୍ରମିତ; ସୃଷ୍ଟି ହୋଇଛି ଆଂଟିବଡି Kanak News

କନକ ବ୍ୟୁରୋ : ଆସନ୍ତା ଫେବୃଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ସଦସ୍ୟଙ୍କ କହିବା ଅନୁସାରେ,  ୫୦ ପ୍ରତିଶତ ଭାରତୀୟ କରୋନା ସଂକ୍ରମିତ ହେବା ପରେ ଏହା ନିୟନ୍ତ୍ରଣକୁ ଆସିବ ।  ସେପେଟମ୍ବର ମଧ୍ୟ  ଭାଗରୁ  ଦେଶରେ କରୋନା ସଂକ୍ରମଣ  ହ୍ରାସ ପାଇବା ଆରମ୍ଭ କରିଛି ।

ଦେଶରେ ଏବେ ସଂକ୍ରମିତ ୭୫ ଲକ୍ଷ ଟପିଛି ।  ବିଶେଷଜ୍ଞ କମିଟି ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର  ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି,  ଆମର ଗାଣିତିକ ହିସାବ ଅନୁସାରେ ଦେଶର ୩୦ ପ୍ରତିଶତ ଲୋକ ଏକ କରୋନା ଭୂତାଣୁ ସଂକ୍ରମିତ ହୋଇସାରିଲାଣି । ଏହି ସଂକ୍ରମିତ ଲୋକଙ୍କଠାରେ  ଆଂଟିବଡି ସୃଷ୍ଟି ହୋଇଛି । କମିଟିର  ଆକଳନ କେନ୍ଦ୍ରର ସେରୋଲୋଜିକାଲ ସର୍ଭେର ଆକଳନଠାରୁ ବହୁତ ଅଧିକ ।
ସେରୋଲୋଜିକାଲ ସର୍ଭେ ଅନୁସାରେ ଏବେ ୧୪ ପ୍ରତିଶତ ଭାରତୀୟ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି ।  ତେବେ ପ୍ୟାନେଲ ସତର୍କ କରଦେଇଛି ଯେ, ଆଗକୁ ଯଦି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆନ ଯାଏ ତେବେ ସଂକ୍ରମଣ ବଢିପାରେ ।



from Kanak News https://ift.tt/35fgZpF https://ift.tt/3m6VfDp
ଫେବୃଆରୀ ସୁଦ୍ଧା ୫୦% ଭାରତୀୟ ହେବେ କରୋନା ସଂକ୍ରମିତ : ବିଶେଷଜ୍ଞ କମିଟିର ସଦସ୍ୟ କହିଲେ, ୩୦% ଲୋକ ହୋଇସାରିଲେ ସଂକ୍ରମିତ; ସୃଷ୍ଟି ହୋଇଛି ଆଂଟିବଡି Kanak News ଫେବୃଆରୀ ସୁଦ୍ଧା ୫୦% ଭାରତୀୟ ହେବେ କରୋନା ସଂକ୍ରମିତ : ବିଶେଷଜ୍ଞ କମିଟିର ସଦସ୍ୟ କହିଲେ, ୩୦% ଲୋକ ହୋଇସାରିଲେ ସଂକ୍ରମିତ; ସୃଷ୍ଟି ହୋଇଛି ଆଂଟିବଡି Kanak News Reviewed by SUBHENDU BARAL on October 19, 2020 Rating: 5

No comments:

Powered by Blogger.