
କନକ ବ୍ୟୁରୋ : ଫେସବୁକ ହେଲା କାଳ । ଫେସ୍ବୁକ୍ରେ ସାଙ୍ଗ ହୋଇ ସମ୍ପର୍କ ବଢ଼ାଇଲେ । ଫେସବୁକ ସାଙ୍ଗ ଠକିନେଲା ଲକ୍ଷ ଲକ୍ଷ ଟଙ୍କା । ଜଣେ ବିଦେଶୀ ବୋଲାଉଥିବା ସାଇବର କ୍ରିମିନାଲ ପୁରୀ ସଦର ଥାନା ଲେନ୍ର ଜନୈକା ବୃଦ୍ଧାଙ୍କଠାରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି। ଏହି ସାଇବର ଅପରାଧୀର ପରାମର୍ଶ କ୍ରମେ ବିଭିନ୍ନ ଆକାଉଣ୍ଟରେ ଥର ଥର କରି ଟଙ୍କା ଜମା କରି ଫସିଯାଇଥିବା ଜାଣିବା ପରେ ଏହି ୮୦ ବର୍ଷିୟା ବୃଦ୍ଧା ଜଣକ ବାଧ୍ୟ ହୋଇ ଗତ ୧୪ ତାରିଖ ଦିନ କଟକସ୍ଥିତ କ୍ରାଇମ୍ବ୍ରାଞ୍ଚ ଅଫିସକୁ ଯାଇ ସେଠାରେ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି କ୍ରାଇମ୍ବ୍ରାଞ୍ଚର ତିନି ଜଣିଆ ଟିମ୍ ପୁରୀକୁ ଆସି ଏହି ବୃଦ୍ଧାଙ୍କ ଘରେ ଦୀର୍ଘ ତିନି ଘଣ୍ଟା କାଳ ତଦନ୍ତ କରି ଫେରିଛନ୍ତି। ଖବର ନେବାରେ ଜଣାପଡ଼ିଛି, ପୁରୀର ଜଣେ ଜଣାଶୁଣା ଆଇନଜୀବୀଙ୍କ ବିଧବା ବୃଦ୍ଧା ପତ୍ନୀଙ୍କ ସହିତ ଆରନ୍ ଜାକସନ୍ ନାମକ ଜନୈକ ଆମେରିକୀୟ ଯୁବକ ଫେସ୍ବୁକ୍ରେ ସମ୍ପର୍କ ଯୋଡ଼ିଥିଲେ।
ତିନି ମାସ ଧରି ସେମାନେ ଫେସ୍ବୁକ୍ରେ ସମ୍ପର୍କକୁ ନିବିଡ଼ କରି ଦେଇଥିଲେ। ବୃଦ୍ଧାଙ୍କୁ ଆରନ୍ ମା’ ବୋଲି ସମ୍ବୋଧନ କରି ଗତ ସେପ୍ଟେମ୍ବର ୯ ତାରିଖରୁ ହ୍ବାଟ୍ସଆପ୍ ମାଧ୍ୟମରେ ଚାର୍ଟିଂ ଓ ଭିଡିଓ କଲିଂ କରି କିଛି ଉପହାର ପଠାଉଛନ୍ତି ବୋଲି କହିଥିଲେ। ଏହି ଉପହାର ପ୍ୟାକେଟରେ ମା’(ବୃଦ୍ଧା)ଙ୍କ ପାଇଁ ପ୍ରାୟ ୭୭ ଲକ୍ଷ ୪୫ ହଜାର ଟଙ୍କାର ସୁନା, ହୀରାର ଅଳଙ୍କାର ଓ ପାଉଣ୍ଡ ପଠାଇଥିବା ଆରନ୍ କହିଥିଲେ। ଏହା ପରେ ତାଙ୍କୁ ଆରନ୍ ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ ଆଣ୍ଡ୍ କଷ୍ଟମ୍ସ ବିଭାଗ ପକ୍ଷରୁ ଏକ ଜାଲ୍ ଚିଠି ପଠାଇଥିଲା।
from Kanak News https://ift.tt/3lVOa8t https://ift.tt/2T1lUVt
Reviewed by SUBHENDU BARAL
on
October 16, 2020
Rating:
No comments: