କନକ ବ୍ୟୁରୋ : କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲ୍ବି) ପ୍ରଦାନକୁ ଅନୁମୋଦନ କରାଯାଇଛି । ରେଳବାଇ, ଡାକ, ପ୍ରତିରକ୍ଷା, ଇପିଏଫ୍ଓ, ଇଏସ୍ଆଇସି ଆଦି ସଂସ୍ଥାରେ କାର୍ଯ୍ୟ କରୁଥିବା ୧୬.୯୭ ଲକ୍ଷ ଅଣ ଗେଜେଟେଡ କର୍ମଚାରୀ ଏହା ଦ୍ୱାରା ଉପକୃତ ହେବେ ।
ସେମାନଙ୍କୁ ବୋନସ୍ ଦେବାରେ ୨୭୯୧ କୋଟି ଟଙ୍କା ବ୍ୟୟ ହେବ । ସେହିପରି ଅଣ ଉତ୍ପାଦକତା ଭିତ୍ତିକ ବା ଆଡ୍ହକ୍ ବୋନସ୍ ମଧ୍ୟ ୧୩.୭୦ ଲକ୍ଷ ଅଣ ଗେଜେଟେଡ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଏବାବଦ ୯୪୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ମଧ୍ୟ ସରକାରଙ୍କୁ ବହନ କରିବାକୁ ପଡିବ। ମୋଟ୍ ଉପରେ ୩୦.୬୭ ଲକ୍ଷ କର୍ମଚାରୀ ବୋନସ୍ ପାଇବେ ।
ସରକାରଙ୍କୁ ଏଥିପାଇଁ ସମୁଦାୟ ୩୭୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡିବ। ପୂର୍ବ ବର୍ଷ ମାନଙ୍କରେ ଅଣଗେଜେଟେଡ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଲାଗି ବୋନସ ସାଧାରଣତଃ ଦଶହରା ପୂର୍ବରୁ ପ୍ରଦାନ କରାଯାଇଥାଏ। ଉଭୟ ଉତ୍ପାଦକ ଭିତ୍ତିକ ଓ ଅଣ ଗେଜେଟେଡ କର୍ମଚାରୀଙ୍କୁ ଆଡହକ ବୋନସ୍ ତୁରନ୍ତ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି ।
from Kanak News https://ift.tt/3oeFSKV https://ift.tt/35lGs0L
No comments: