ଅନଲାଇନ୍ ଗେମ୍ ହେଲା କାଳ ! ଅଷ୍ଟମ ଶ୍ରେଣୀ ଛାତ୍ର ହାରିଲେ ଜୀବନ Kanak News

କନକ ବ୍ୟୁରୋ: ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ହରାଇବା ପରେ ବାପା ତାଗିଦ କରିବାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ କମାରଯୋଡ଼ାର ବିନୋଦ ଆପଟ୍ଟଙ୍କ ପୁଅ ଅମିତାଂଶୁ ଆପଟ୍ଟ (୧୩)।

ସୂଚନା ଅନୁଯାୟୀ, ଅମିତାଂଶୁ ମୋବାଇଲରେ ଅନ୍‌ଲାଇନ୍‌ରେ ପାଠପଢ଼ିବା ସହ ବିଭିନ୍ନ ଗେମ୍‌ ଖେଳି ସମୟ ବିତାଉଥିଲେ। କିଛିଦିନ ତଳେ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା କଟି ଯାଇଥିଲା। ବାପାମା’ ବ୍ୟାଙ୍କ ଶାଖାକୁ ଯାଇ ବୁଝିବାରୁ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ଯୋଗୁଁ ଟଙ୍କା କଟିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଗତକାଲି ରାତିରେ ବାପା ବିନୋଦ ଅମିତାଂଶୁଙ୍କୁ ତାଗିଦ କରିଥିଲେ। ଏଥିରେ ମ୍ରିୟମାଣ ହୋଇଯାଇଥିଲେ ଅମିତାଂଶୁ। ଗତକାଲି ସକାଳେ ଶୌଚ ହେବାକୁ ପାଇଖାନା ଯାଇ ଭିତରେ ଶାଢି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।



from Kanak News https://ift.tt/3irRXs6 https://ift.tt/2GBB2Ww
ଅନଲାଇନ୍ ଗେମ୍ ହେଲା କାଳ ! ଅଷ୍ଟମ ଶ୍ରେଣୀ ଛାତ୍ର ହାରିଲେ ଜୀବନ Kanak News ଅନଲାଇନ୍ ଗେମ୍ ହେଲା କାଳ ! ଅଷ୍ଟମ ଶ୍ରେଣୀ ଛାତ୍ର ହାରିଲେ ଜୀବନ Kanak News Reviewed by SUBHENDU BARAL on October 02, 2020 Rating: 5

No comments:

Powered by Blogger.