ଅଧ୍ୟାପକଙ୍କ ଅଚଳାଚଳ ସମ୍ପତ୍ତିି ଦେଖି ଖୋସି ହୋଇଗଲା ଭିଜଲାନ୍ସ ଅଧିକାରୀଙ୍କ ଆଖି : ଚଢ଼ାଉବେଳେ ଠାବ ହେଲା ୨ କୋଟି ୮୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି; ମିଳିଲା ୫୧ଟି ପ୍ଲଟର ସନ୍ଧାନ, ୬ଟି ସ୍ଥାନରେ ଚଢ଼ାଉ କରିଥିଲା ବ୍ରହ୍ମପୁର ଭିିଜିଲାନ୍ସ Kanak News
କନକ ବ୍ୟୁରୋ : ଅଧ୍ୟାପକଙ୍କ ଅଚଳାଚଳ ସମ୍ପତ୍ତିି । ଗଜପତି ଜିଲ୍ଲା ମିନକେତନ ଡିଗ୍ରୀ କଲେଜର ଅଧାପକ ଗନ୍ତା ନାଗେଶ୍ୱର ରାଓଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ଯାହା ସାମନାକୁ ଆସିଛି ସେଥିରେ ଭିଜିଲାନ୍ସ ଟିମର ଆଖି ଖୋସି ହୋଯାଇଛି । ଭିଜିଲାନ୍ସ କାର୍ଯ୍ୟାଳୟର ସୂଚନା ଅନୁସାରେ ଚଢ଼ାଉ ସମୟରେ ନାଗେଶ୍ୱରଙ୍କର ୨ କୋଟି ୮୩ ଲକ୍ଷ ୩୬ ହଜାର ୮୦୫ ଟଙ୍କାର ସମ୍ପତି ଠାବ ହୋଇଛି ।
ଏଥିରେ ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗରରେ ଥିବା ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ଯାହାର ମୂଲ୍ୟ ୧କୋଟି ୫୨ ଳକ୍ଷ ୮୫ ହଜାର ୩୦୪ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି । ସେହିପରି ପାରଳାଖେମୁଣ୍ଡି ବେତଗୁଡାରେ ୩୦ ଲକ୍ଷ ୯୦ ହଜାର ୩୬୪ ଟଙ୍କା ମୂଲ୍ୟର ଗୋଟିଏ ଦୁଇ ମହଲା ବିଶିଷ୍ଟ ଦୋକାନ ଘର , ୨୩ ଲକ୍ଷ ଟଙ୍କା ୧୧ ହଜାର ୩୬୮ ଟଙ୍କାର ୫୧ ଟି ପ୍ଲଟ, ଗୋଟିଏ ମାରୁତି ସୁଜିକି –ଏକ୍ସଏଲ-୬ ସ୍ମାର୍ଟ ହାଇବ୍ରିଡ୍ ଆଲଫା କାର, ଗୋଟିଏ ହିରୋହୋଣ୍ଡା ମୋଟର ସାଇକେଲ, ବଭିନ୍ନ ବ୍ୟାଙ୍କରେ ୧୫ ଲକ୍ଷ ୩୯ ହଜାର ୧୬୩ ଟଙ୍କା ଜମା , ୯ ଲକ୍ଷ ୪୭ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର ଓ ନଗଦ ୩୧ ଲକ୍ଷ ଟଙ୍କା ରହିଛି ।
ଏହି ସବୁ ସ୍ଥାବର ଓ ଅସ୍ଥାବର ସମ୍ପତି ଅଧାପକ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ରହିଛି । ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ନିର୍ଦ୍ଦେଶ କ୍ରମେ ଅଧାପକଙ୍କ ବାସଭବନ, ପୈତୃକ ଘର, ଅଫିସ ସମେତ ୬ଟି ସ୍ଥାନରେ ଏକକାଳିନ ଚଢା଼ଉ କରିଥିଲା ବ୍ରହ୍ମପୁର ଭିଜିଲାନ୍ସ ।
from Kanak News https://ift.tt/37osv4D https://ift.tt/35bNQvK
No comments: