ବିପନ୍ନଙ୍କୁ ରିଲିଫ୍‌ ଧୋକା : ପୋକ ଖାଇଗଲା ୧୫ କୁଇଣ୍ଟାଲ୍‌ ‘ଚୁଡ଼ା-ଗୁଡ଼’, ଅମ୍ଫାନ୍‌ ବାତ୍ୟାରେ ଆସିଥିଲା; ବ୍ଲକ୍‌ କାର୍ଯ୍ୟାଳୟରେ ଖାଉଛି ଖତ Kanak News

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି ୧୫ କୁଇଣ୍ଟାଲ ଚୁଡା-ଗୁଡ଼। ଅମ୍ଫାନ ବାତ୍ୟା ବିପନ୍ନଙ୍କୁ ଦେବା ପାଇଁ ଆସିଥିବା ଏହି ରିଲିଫ୍ ସାମଗ୍ରୀ ବଣ୍ଟା ନହୋଇ ଏଭଳି ପୋକ ଖାଇବା ପ୍ରଶାସନର ଦାୟିତ୍ବହୀନତାକୁ ପଦାରେ ପକାଇଛି। ଗୋଟିଏ ପଟେ ବିପନ୍ନ ଭୋକଉପାସରେ ଛଟପଟ ହେଉଛନ୍ତି। ଜିଲ୍ଲାପାଳଙ୍କ ନିକଟରେ ରିଲିଫ ସାମଗ୍ରୀ ପାଇଁ ଫେରାଦ୍‌ ହେଉଛନ୍ତି। ଅଥଚ, ସେମାନଙ୍କ ପାଇଁ ଆସିଥିବା କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ ଚୁଡ଼ା-ଗୁଡ଼ ବଣ୍ଟା ନ ହୋଇ ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି। ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର‌୍‌ ଦୂର କେନ୍ଦ୍ରାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଦାୟିତ୍ବରେ ଥିବା ବିଡିଓ କିନ୍ତୁ ସଂପୂର୍ଣ୍ଣ ବେଫିକର‌୍‌।

ଗତ ଛଅ ସାସ ମଧୢରେ ବାତ୍ୟା ଓ ବନ୍ୟା ଭଳି ଦୁଇଟି ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଛି କେନ୍ଦ୍ରାପଡ଼ା ଜିଲ୍ଲା। ଗତ ମେ’ ମାସରେ ଅମ୍ଫାନ୍‌ ବାତ୍ୟା ଜିଲ୍ଳାରେ ପ୍ରଭୂତ କ୍ଷତି କରିଥିଲା। ବିପନ୍ନ ମାନେ ବାତ୍ୟା ମାଡ଼ରୁ ଅଣ୍ଟା ସଳଖି ନଥିବାବେଳେ ଅଗଷ୍ଟରେ ବନ୍ୟା ଜିଲ୍ଲାରେ ତାଣ୍ତବ ରଚିଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଏଭଳି ବିପତ୍ତି ସମୟରେ ରିଲିଫ୍‌ ଦେବାର ସରକାର ଯେଉଁ ବ୍ୟବସ୍ଥା କରିଥିଲେ, ତାହା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ବହୁ ବିପନ୍ନଙ୍କ ପାଖେ ପହଞ୍ଚି ପାରିନାହିଁ। ନିକଟରେ ରାଜନଗର ଘଡ଼ିଆମାଳ ପ˚ଚାୟତର ନୂଆଗାଁ ଲୋକ ଜିଲ୍ଲାପାଳଙ୍କୁ ଆସି ୨୦୦ରୁ ଅଧିକ ପରିବାର ରିଲିଫ୍‌ ବ˚ଚିତ ହୋଇଥିବା କଥା ଲିଖିତ ଭାବେ ଜଣାଇଥିଲେ। ହେଲେ କେନ୍ଦ୍ରାପଡ଼ା ବ୍ଲକ୍‌ରେ ରିଲିଫ୍‌ ବଣ୍ଟନରେ ଯେଉଁ ସା˚ଘାତିକ ଅବହେଳା ହୋଇଛି, ତାହା ଆଖି ତରାଟି ଦେବା ଭଳି।

ଗତ ଅମ୍ଫାନ୍‌ ବାତ୍ୟା ବେଳେ ବ୍ଲକ୍‌କୁ ଆସିଥିବା ରିଲିଫ୍‌ ଚୁଡ଼ା, ଗୁଡ଼ ଏଯାଏ ବଣ୍ଟାଯାଇନାହିଁ। ପାଖାପାଖି ୪୦ରୁ ଅଧିକ ବସ୍ତା ବା ୧୫କୁଇଣ୍ଟାଲ ଚୁଡ଼ା ସହିତ ଗୁଡ଼ ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି। ଚୁଡ଼ା ବସ୍ତାରେ ପୋକ ଲାଗି ଯାଇଥିବାବେଳେ ଗୁଡ଼ ନଷ୍ଟ ହୋଇଯାଇଛି। ଅଥଚ, କେନ୍ଦ୍ରାପଡ଼ା ବ୍ଲକ୍‌ର ୨୭ପ˚ଚାୟତରେ ପ୍ରଭାବିତ ବିପନ୍ନଙ୍କୁ ବଣ୍ଟା ଯାଇ ନାହିଁ। ଅନେକ ପ˚ଚାୟତ ଏପରି ଅଛି, ଯେଉଁମାନଙ୍କୁ ଅମ୍ଫାନ୍‌ ରିଲିଫ୍‌ ଆଦୌ ମିଳି ନଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କେଉଁ କାରଣ ପାଇଁ ରିଲିଫ୍‌ରୁ ହଜାର ହଜାର ବିପନ୍ନଙ୍କୁ ବ˚ଚିତ ରଖାଗଲା? କେନ୍ଦ୍ରାପଡ଼ା ବ୍ଲକ୍‌ରେ କ’ଣ କେହି ବାତ୍ୟା ବିପନ୍ନ ରିଲିଫ୍‌ ପାଇବାକୁ ନ ଥିଲେ? ଯଦି ହଁ, ତା’ହେଲେ କାହିଁକି ବଣ୍ଟାଗଲା ନାହିଁ। ଆଉ ଯଦି ନା, ତା’ ହେଲେ ବ୍ଲକ୍‌ ପ୍ରଶାସନ ଏହି ରିଲିଫ୍‌କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କଲା ନାହିଁ କାହିଁକି?

ଅନ୍ୟପକ୍ଷରେ ବିଡିଓ ସୁଧୀର ସି˚ହ କହିଛନ୍ତି ଯେ ଅମ୍ଫାନ୍‌ ବାତ୍ୟାରେ ଟ୍ରକ୍‌ରେ ଆସିଥିବା ରିଲିଫ୍‌ ଚୁଡ଼ା, ଗୁଡ଼ ବିଭିନ୍ନ ପ˚ଚାୟତକୁ ଦିଆଯାଇଥିଲା। ମାତ୍ର ଯେଉଁଗୁଡ଼ିକ ରହିଯାଇଛି, ତାହା ଟ୍ରକ୍‌ ଡାଲା ତଳେ ଥିବାରୁ ଓଦା ହୋଇଥିଲା। ତେଣୁ ବଣ୍ଟାଯାଇପାରିନାହିଁ। କିନ୍ତୁ ବିଡିଓଙ୍କ ଏପରି ଦୋଷଖସା ଯୁକ୍ତି ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି। ଯଦି ଚୁଡ଼ା ଓଦା ହୋଇଥିଲା, ତେବେ ଗୁଡ଼ ଦେବାରେ ଅସୁବିଧା କେଉଁଠି ଥିଲା? କେନ୍ଦ୍ରାପଡ଼ା ବ୍ଲକ୍‌ରେ ଆବଶ୍ୟକତା ନ ଥିଲେ ଜିଲ୍ଲା ପ୍ରଶାସନକୁ ତ ଗୁଡ଼ ହସ୍ତାନ୍ତର କରାଯାଇପାରିଥା’ନ୍ତା। ମାତ୍ର ତାହା ନ କରି ଦୋଷ ଲୁଚାଇବା ପାଇଁ ଚୁଡ଼ା ଓଦା ଓ ଖରାପ କହି ଖସିଯିବାକୁ ବିଡିଓ ଯେଉଁ ଫନ୍ଦି ଆପଣାଇଛନ୍ତି, ତାହା ସବୁକିଛି ଧରା ପକାଇ ଦେଉଛି। ଏଭଳି ସ୍ଥିତିରେ ଜିଲ୍ଲାପାଳ ଘଟଣା ଉପରେ କି’ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।


from Kanak News https://ift.tt/33A1f17 https://ift.tt/36BrfuH
ବିପନ୍ନଙ୍କୁ ରିଲିଫ୍‌ ଧୋକା : ପୋକ ଖାଇଗଲା ୧୫ କୁଇଣ୍ଟାଲ୍‌ ‘ଚୁଡ଼ା-ଗୁଡ଼’, ଅମ୍ଫାନ୍‌ ବାତ୍ୟାରେ ଆସିଥିଲା; ବ୍ଲକ୍‌ କାର୍ଯ୍ୟାଳୟରେ ଖାଉଛି ଖତ Kanak News ବିପନ୍ନଙ୍କୁ ରିଲିଫ୍‌ ଧୋକା : ପୋକ ଖାଇଗଲା ୧୫ କୁଇଣ୍ଟାଲ୍‌ ‘ଚୁଡ଼ା-ଗୁଡ଼’, ଅମ୍ଫାନ୍‌ ବାତ୍ୟାରେ ଆସିଥିଲା; ବ୍ଲକ୍‌ କାର୍ଯ୍ୟାଳୟରେ ଖାଉଛି ଖତ Kanak News Reviewed by SUBHENDU BARAL on October 04, 2020 Rating: 5

No comments:

Powered by Blogger.