ବନ୍ଦ ହୋଇଗଲା କାମଧନ୍ଦା, କେମିତି ଚଳିବ ପରିବାର ? ଭଙ୍ଗା ଗୋଡରେ ଛୋଟେଇ ଛୋଟେଇ ପର ପାଖେ ଗାମୁଛା ପାତି ଭିକ ମାଗୁଛନ୍ତି ରବୀନ୍ଦ୍ର । ଭିକ ମିଳିଲେ ଭୋକ ମରୁଛି, ନମିଳିଲେ ଉପାସ ଶୋଉଛନ୍ତି ପୂରା ପରିବାର । ସରକାର ଶୁଣିବା ହେଉ… Kanak News
କରୋନା ସଜେଇଲା ଦାଣ୍ଡର ଭିକାରି … ଫୁଙ୍ଗୁଳା ଦେହ, କାନ୍ଧରେ ଗାମୁଛା… ଗାଁ ଦାଣ୍ଡରେ ଏଘରରୁ ସେଘର ଛୋଟାଇ ଛୋଟାଇ ଭିକ ମାଗୁଛି ବୁଢା ବାପା । ସେ କଣ ବା ଆଉ କରିପାରିବେ ଯେତେବେଳେ କରୋନା ତାଙ୍କୁ ଦାଣ୍ଡର ଭିକାରି ସଜେଇ ଦେଇଛି… ପର ପାଖରେ ହାତ ପତେଇବାକୁ ବାଧ୍ୟ କରିଛି ।
ନିମାପଡା ବାହାରଣା ବ୍ଲକର ରବିନ୍ଦ୍ର ନାଥ ମଲ୍ଲ । ପରିବାର କହିଲେ ସ୍ତ୍ରୀ ଏବଂ ୪ପିଲା । ପିଲାଛୁଆଙ୍କୁ ନେଇ ବେଶ୍ ହସଖୁସିରେ ଚାଲିଥିଲା ସଂସାର । ୨୦ ବର୍ଷ ହେବ ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ କାମ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ ରବିନ୍ଦ୍ର, ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଦୁର୍ଘଟଣାରେ ଗୋଡ ଭାଙ୍ଗିଗଲା… ମାସକୁ ୧୫ ହଜାର ଟଙ୍କା ରୋଜଗାର କରୁଥିବା ରବିନ୍ଦ୍ରଙ୍କୁ ଦିନକୁ ଶହେରୁ ଦେଢଶହ ଟଙ୍କାରେ କାମ କରିବାକୁ ପଡିଲା । ଆଉ ଏବେ କରୋନା ପାଇଁ ଚାକିରିରୁ କମ୍ପାନୀ ବାହାର କରିଦେବା ପରେ ଭଙ୍ଗା ଗୋଡରେ ଏଘରରୁ ସେଘର ବୁଲି ବୁଲି ଭିକ ମାଗୁଛନ୍ତି ରବିନ୍ଦ୍ର ।
ସବୁଠାରୁ ବିଡମ୍ବନାର ବିଷୟ ହେଉଛି ପରିବାର ପାଖରେ ନା ଆଧାର କାର୍ଡ ଅଛି ନା ରାସନ କାର୍ଡ । ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ବି ନାହିଁ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି । ସେପଟେ ପାଖରେ ଟଙ୍କା ପଇସା ନଥିବାରୁ ଭଙ୍ଗା କଲମ ଓ ଚିରା ଖାତାରେ ପାଠ ପଢୁଛନ୍ତି ପିଲା । ବଡ ଝିଅ ଜଣେ ମେଧାବୀ ଛାତ୍ରୀ, ଆଗକୁ ବଢିବା ପାଇଁ ତାଙ୍କର ଅନେକ ସ୍ୱପ୍ନ ରହିଛି । କିନ୍ତୁ ପରିବାରର ଅଭାବ ଅନାଟନ ଭିତରେ ତାଙ୍କର ଭବିଷ୍ୟତ କଣ ଯେ ହେବ, ଭାବି ଭାବି ନିତି ଆଖିରୁ ଲୁହ ଝରାଉଛନ୍ତି ରବିନ୍ଦ୍ରଙ୍କ ସ୍ତ୍ରୀ । ଆଗକୁ ଯଦି କୌଣସି ସରକାରୀ ସହାୟତା ନମିଳେ ତେବେ ସେ ବିସ ପିଇ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏମାନେ କଣ ସରକାରଙ୍କୁ ଭୋଟ ଦେଇନଥିଲେ? ନା ଏମାନେ ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ ନୁହଁନ୍ତି? ଦେଖିବାକୁ ବାକି ରହିଲା ଏହି ବୁଢା ବାପା ମାଆଙ୍କ ଆଖିରୁ କେବେ ଲୁହ ଶୁଖୁଛି
from Kanak News https://ift.tt/2HejSic https://ift.tt/3lZv9Ce
ବନ୍ଦ ହୋଇଗଲା କାମଧନ୍ଦା, କେମିତି ଚଳିବ ପରିବାର ? ଭଙ୍ଗା ଗୋଡରେ ଛୋଟେଇ ଛୋଟେଇ ପର ପାଖେ ଗାମୁଛା ପାତି ଭିକ ମାଗୁଛନ୍ତି ରବୀନ୍ଦ୍ର । ଭିକ ମିଳିଲେ ଭୋକ ମରୁଛି, ନମିଳିଲେ ଉପାସ ଶୋଉଛନ୍ତି ପୂରା ପରିବାର । ସରକାର ଶୁଣିବା ହେଉ… Kanak News
Reviewed by SUBHENDU BARAL
on
October 18, 2020
Rating:
No comments: