ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ : ୨୨ ହଜାର ଛାତ୍ରଛାତ୍ରୀ ମନୋନୀତ; ନଭେମ୍ବର ୩ ଯାଏ ନାମଲେଖା Kanak News

କନକ ବ୍ୟୁରୋ : ଯୁକ୍ତ୩ କଲେଜରେ ଖାଲିଥିବା ସିଟ୍‌ରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ପରି ଏଥର ମଧ୍ୟ ବିଭିନ୍ନ ବିଷୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ରହିଛି । ଏହି ପର୍ଯ୍ୟାୟ ନାମଲେଖା ଲାଗି ୯୬ ହଜାର ୫୧୫ ଜଣ ଛାତ୍ରଛାତ୍ରୀଙ୍କୁ ବିଚାରକୁ ନିଆଯାଇଥିଲା । ତେବେ ୨୨ ହଜାର ୦୧୬ ଜଣ ଦ୍ବିତୀୟ ପର୍ଯ୍ୟାୟରେ ନାମଲେଖା ଲାଗି ମନୋନୀତ ହୋଇଛନ୍ତି । ୩୯ ହଜାର ୮୨୫ ଜଣ ଛାତ୍ରଛାତ୍ରୀ ହାୟର ଅପ୍‌ସନ୍‌କୁ ଯିବା ଲାଗି ସ୍ଲାଇଡ୍‌ ଅପ୍‌ ମାଧ୍ୟମରେ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୯୨୭୬ ଜଣଙ୍କ ଅନୁରୋଧକୁ ଗ୍ରହଣ କରାଯାଇଛି ।

କଳା ବିଭାଗରେ ସର୍ବାଧିକ ୧୨ ହଜାର ୬୯ ଜଣ ଚୟନ ହୋଇଥିବା ବେଳେ ଫିଜିକାଲ ସାଇନ୍ସରେ ୪୧୧୯, ବାୟୋଲୋଜିକାଲ ସାଇନ୍ସରେ ୩୪୬୫, ବାଣିଜ୍ୟରେ ୧୭୮୧, ସେଲ୍ଫ ଫା‌ଇନାନ୍ସିଂରେ ୩୯୮, ସଂସ୍କୃତରେ ୧୮୪ ଜଣ ନାମଲେଖା ଲାଗି ଏହି ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୦ ହଜାର ୫୩୨ ଜଣ ଛାତ୍ର ଓ ୧୧ ହଜାର ୪୮୪ ଜଣ ଛାତ୍ରୀ ରହିଛନ୍ତି । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୨୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ । ଅକ୍ଟୋବର ୨୭ରୁ ନଭେମ୍ବର ୩ ମଧ୍ୟରେ ନାମଲେଖା ହେବ ।

ଏଥର କଳା ବିଭାଗରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଭୂଗୋଳରେ କଟ୍‌ ଅଫ୍‌ ୮୯% ଥିବା ବେଳେ ଅର୍ଥନୀତିରେ ୮୬, ଇଂରାଜୀରେ ୮୪, ରାଜନୀତି ବିଜ୍ଞାନରେ ୮୩, ସାମାଜିକ ବିଜ୍ଞାନରେ ୮୨, ମନୋବିଜ୍ଞାନରେ ୮୧, ପରିସଂଖ୍ୟାନରେ ୭୮, ହିନ୍ଦୀରେ ୭୭, ଶିକ୍ଷା‌ରେ ୭୭, ଗଣିତରେ ୭୬, ଦର୍ଶନଶାସ୍ତ୍ରରେ ୭୨, ଇତିହାସରେ ୭୨% ରହିଛି । ନୃତତ୍ତ୍ୱ ବିଜ୍ଞାନରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ୮୯, ଓଡ଼ିଆରେ ବଲାଙ୍ଗୀରର ରା‌ଜେନ୍ଦ୍ର ସ୍ବୟଂଶାସିତ କଲେଜର ୭୮% ଥିବା ଉଚ୍ଚଶିକ୍ଷା‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫିଜିକାଲ ସାଇନ୍ସ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଗଣିତରେ ୯୫% ଥିବା‌ ବେଳେ ପଦାର୍ଥ ବିଜ୍ଞାନ, ପରିସଂଖ୍ୟାନ ଓ ରସାୟନ ବିଜ୍ଞାନରେ ୯୩% ଲେଖାଏ ଓ ଭୂତତ୍ତ୍ବ ବିଜ୍ଞାନରେ କଟ୍‌ ଅଫ୍‌ ମାର୍କ ରାଜଧାନୀ କଲେଜର ୮୭% ରହିଛି ।

ବାୟୋଲୋଜିକାଲ ସାଇନ୍ସ ବିଭାଗରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଷୟରେ କଟ୍‌ ଅଫ୍‌ ମାର୍କ ୯୪%, ଉଦ୍ଭିଦ ବିଜ୍ଞାନରେ ୯୧% ରହିଥିବା ବେଳେ ବାୟୋ-ଟେକ୍ନୋଲୋଜିରେ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟର ୬୬% ରହିଛି। ବାଣିଜ୍ୟ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ସର୍ବାଧିକ କଟ୍‌ ଅଫ୍‌ ମାର୍କ ୮୬% ଅଛି। ଶାସ୍ତ୍ରୀ ବିଭାଗରେ ବୋଲଗଡ଼ସ୍ଥିତ ରାଧାମାଧବ ସଂସ୍କୃତ କଲେଜର କଟ୍‌ ଅଫ୍‌ ମାର୍କ ୬୬% ଓ ସେଲ୍ଫ ଫାଇନା‌ନ୍ସ ବିଭାଗରେ ବାୟୋ-ଟେକ୍ନୋଲୋଜିରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୮୮% ରହିଛି ।



from Kanak News https://ift.tt/2TmicWw https://ift.tt/3dP3ZLn
ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ : ୨୨ ହଜାର ଛାତ୍ରଛାତ୍ରୀ ମନୋନୀତ; ନଭେମ୍ବର ୩ ଯାଏ ନାମଲେଖା Kanak News ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ : ୨୨ ହଜାର ଛାତ୍ରଛାତ୍ରୀ ମନୋନୀତ; ନଭେମ୍ବର ୩ ଯାଏ ନାମଲେଖା Kanak News Reviewed by SUBHENDU BARAL on October 22, 2020 Rating: 5

No comments:

Powered by Blogger.