ଯୁକ୍ତ୨ ନାମଲେଖା : ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା‌; ଅପରାହ୍ନ ୨ଟାରେ ପ୍ରକାଶ ପାଇବ Kanak News

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯାୟ ମେଧା ତାଲିକା ।ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅକ୍ଟୋବର ୬ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେମାନଙ୍କ ତଥ୍ୟ ୧୮ ତାରିଖ ସନ୍ଧ୍ୟା ୬ଟାରେ ସାମ୍‌ସ ଇ-ସ୍ପେସ୍‌ରେ ଉପଲବ୍ଧ ହେବ। ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ। ଏହି ଦିନ ପୂର୍ବାହ୍ନ ୧୧ଟା ୩୦ରୁ ୧୫ ତାରିଖ ଅପରାହ୍ନ ୨ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ୧୫ ତାରିଖ ସନ୍ଧ୍ୟାରେ ସ୍ପଟ୍‌ ନାମଲେଖା ଲାଗି ଚୂଡ଼ାନ୍ତ ଛାତ୍ରଛାତ୍ରୀଙ୍କ ତାଲିକା ବାହାରିବ। ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା‌ ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେମାନଙ୍କ ତଥ୍ୟ ୧୭ ତାରିଖ ସନ୍ଧ୍ୟା ୬ଟାରେ ଇ-ସ୍ପେସ୍‌ରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୨୦୨୮ଟି ଯୁକ୍ତ୨ କଲେଜର ୪ ଲକ୍ଷ ୫୩ ହଜାର ୬୪୦ ସିଟ୍‌ ମଧ୍ୟରୁ ୨ ଲକ୍ଷ ୯୬ ହଜାର ୬୧ଟି ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୫୭ ହଜାର ୫୭୯ ଖାଲି ପଡ଼ିଛି। ବିଜ୍ଞାନ ବିଭାଗରେ ସର୍ବାଧିକ ୭୪ ହଜାର ୪୮୧ ସିଟ୍‌ ଖାଲି ରହିଛି। କଳା ବିଭାଗରେ ୪୯ ହଜାର ୮୮୭, ବାଣିଜ୍ୟରେ ୨୨ ହଜାର ୪୩୯, ସଂସ୍କୃତରେ ୪ ହଜାର ୬୪୦, ଧନ୍ଦାମୂଳକ ୬ହଜାର ୧୩୨ ସିଟ୍‌ ଖାଲିପଡ଼ିଛି।



from Kanak News https://ift.tt/3ixift0 https://ift.tt/2EYVwIq
ଯୁକ୍ତ୨ ନାମଲେଖା : ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା‌; ଅପରାହ୍ନ ୨ଟାରେ ପ୍ରକାଶ ପାଇବ Kanak News ଯୁକ୍ତ୨ ନାମଲେଖା : ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା‌; ଅପରାହ୍ନ ୨ଟାରେ ପ୍ରକାଶ ପାଇବ Kanak News Reviewed by SUBHENDU BARAL on October 04, 2020 Rating: 5

No comments:

Powered by Blogger.