୬ ଦିନିଆ ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର Kanak News

କନକ ବ୍ୟୁରୋ: ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ସାଂସଦ ଏ.ଚେଲ୍ଲାକୁମାର। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଭୁବନେଶ୍ବରରେ ରହଣି ସମୟରେ ସେ ଦଳର ବରିଷ୍ଠ ନେତା, ସଭାପତି, କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ସଭାପତି, ମହିଳା କଂଗ୍ରେସ, କିଷାନ କଂଗ୍ରେସ ଓ ଛାମୁଆ ସଂଗଠନର ନେତାମାନଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାସହିତ ୧୦ ତାରିଖରେ ବାଲେଶ୍ବର ଗସ୍ତ କରି ଚାଷୀ ବଞ୍ଚାଅ ରାଲିରେ ଯୋଗଦେବା ସହ ବାଲେଶ୍ବର ସଦର ପାଇଁ ହେବାକୁ ଥିବା ଉପନିର୍ବାଚନ ବୈଠକରେ ଯୋଗଦେବେ। ଶ୍ରୀ ଚେଲ୍ଲାକୁମାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପିସିସି ପକ୍ଷରୁ ସମୟସାରଣୀ ପ୍ରସ୍ତୁତ କରାଯାଇଛି।



from Kanak News https://ift.tt/30Bgrce https://ift.tt/3ldJKcP
୬ ଦିନିଆ ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର Kanak News ୬ ଦିନିଆ ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର Kanak News Reviewed by SUBHENDU BARAL on October 05, 2020 Rating: 5

No comments:

Powered by Blogger.