ଭୁଜାଲି ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଯୁବକ ଗୁରୁତର

ବାଲେଶ୍ବର ୦୬।୧୦: ଯୁବକଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟି ନେଲେ ଦୃବୃତ୍ତ। ବାଲେଶ୍ବର ସଦର ଥାନା ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗାଡି ପାଇଁ ଲୋନ ଟଙ୍କା ବ୍ୟାଙ୍କରୁ ଉଠାଇ ନେଇ ଆସୁଥିବା ବେଳେ ଯୁବକଙ୍କୁ ଭୁଜାଲି ରେ ହାଣି ୧ଲକ୍ଷ ୨୦ ହଜାର ଟଙ୍କା ଗାଡି ଚାବି ଓ ମନି ପର୍ସ ଲୁଟି ନେଲେ ତିନି ଜଣ ଦୃବୃତ୍ତ। ଗୁରୁତର ଯୁବକ ହେଲେ ତପନ କୁମାର ଦାସ । ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ କରାଯାଉଛି। ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଛି ।



from Prameya News7 https://ift.tt/2GCtQd4
ଭୁଜାଲି ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଯୁବକ ଗୁରୁତର ଭୁଜାଲି ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଯୁବକ ଗୁରୁତର Reviewed by SUBHENDU BARAL on October 05, 2020 Rating: 5

No comments:

Powered by Blogger.