କୋରାପୁଟରୁ କରୋନା କାଳରେ ଆସିଲା ଏମିତି ଚିତ୍ର : ସାମାଜିକ ଦୂରତାକୁ ଭୁଲି ଲମତାପୁଟରେ ହେଲା ଫୁଟବଲ୍ ମ୍ୟାଚ୍; ଏକାଠି ହୋଇ ମ୍ୟାଚର ମଜା ନେଲେ ଶହ ଶହ ଲୋକ Kanak News

କନକ ବ୍ୟୁରୋ : କରୋନା କାଳରେ କୋରାପୁଟରୁ ଆସିଛି ଏପରି ଏକ ଚିତ୍ର ଯାହା ଆପଣଙ୍କୁ ବି ଚିନ୍ତାରେ ପକାଇବା । ଜୟପୁରରେ ଆୟୋଜନ ହୋଇଛି ଫୁଟବଲ୍ ମ୍ୟାଚ୍ । ଦେଖିବାକୁ ଏକାଠି ଜମିଛନ୍ତି ଶହ ଶହ ଲୋକ ।

ମ୍ୟାଚର ମଜା ନେବା ପାଇଁ କେହି ସାମାଜିକ ଦୂରତା ନିୟମ ପାଳନ କରୁନଥିବା ବେଳେ ଅନେକ ଲୋକ ମାସ୍କ ପିନ୍ଧିବାର ନିୟମକୁ ପାଳନ କରୁନଥିବାଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଆୟୋଜନ ହୋଇଛି ଏପରି ଫୁଟବଲ୍ ମ୍ୟାଚ ।

ଏଥିରେ ଅତିଥୀ ଭାବେ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀ ସାମିଲ ହୋଇ ମ୍ୟାଚ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । କରୋନା କାଳରେ କୋରାପୁଟ ଲମତାପୁଟର ଏପରି ଚିତ୍ର କରୋନା କାଳରେ କଟକଣା ପାଇଁ ଉପହାସ ପରି ହୋଇଛି ।



from Kanak News https://ift.tt/2GFczQ9 https://ift.tt/34vKBPs
କୋରାପୁଟରୁ କରୋନା କାଳରେ ଆସିଲା ଏମିତି ଚିତ୍ର : ସାମାଜିକ ଦୂରତାକୁ ଭୁଲି ଲମତାପୁଟରେ ହେଲା ଫୁଟବଲ୍ ମ୍ୟାଚ୍; ଏକାଠି ହୋଇ ମ୍ୟାଚର ମଜା ନେଲେ ଶହ ଶହ ଲୋକ Kanak News କୋରାପୁଟରୁ କରୋନା କାଳରେ ଆସିଲା ଏମିତି ଚିତ୍ର : ସାମାଜିକ ଦୂରତାକୁ ଭୁଲି ଲମତାପୁଟରେ ହେଲା ଫୁଟବଲ୍ ମ୍ୟାଚ୍; ଏକାଠି ହୋଇ ମ୍ୟାଚର ମଜା ନେଲେ ଶହ ଶହ ଲୋକ Kanak News Reviewed by SUBHENDU BARAL on October 04, 2020 Rating: 5

No comments:

Powered by Blogger.