ଦେଶରେ ସକ୍ରିୟ ମାମଲା ୯ ଲକ୍ଷରୁ କମ୍‌: ୭୩ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା; କରୋନାରୁ ସୁସ୍ଥ ହେଲେଣି ୫୯ ଲକ୍ଷ ୮୮ ହଜାର ୮୨୨ ଜଣ ଆକ୍ରାନ୍ତ Kanak News

କନକ ବ୍ୟୁରୋ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ହଜାର ୨୭୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୬୯ ଲକ୍ଷ ୭୯ ହଜାର ୪୨୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ମଧ୍ୟ ୧ ଲକ୍ଷ ୭ ହଜାର ୪୧୬ରେ ପହଞ୍ଚିଛି। ୫୯ ଲକ୍ଷ ୮୮ ହଜାର ୮୨୨ ଜଣ କରୋନାରୁ ସୁସ୍ଥ ହେଲେଣି। ଲଗାତାର ୨ ଦିନ ଧରି ଦେଶରେ ସକ୍ରିୟ ମାମଲା ୯ ଲକ୍ଷରୁ କମ୍‌ ରହୁଛି। ଦେଶରେ ମୋଟ୍‌ ୮ ଲକ୍ଷ ୮୩ ହଜାର ୧୮୫ ସକ୍ରିୟ ମାମଲା ରହିଛି।

ଏହା ମୋଟ୍‌ ସଂକ୍ରମଣ ମାମଲାର ୧୨.୬୫ ପ୍ରତିଶତ। ସେହିପରି ଦେଶରେ କୋଭିଡ୍‌ ମୃତ୍ୟୁହାର ମଧ୍ୟ ୧.୫୪ ପ୍ରତିଶତକୁ କମିଆସିଛି। ଅଗଷ୍ଟ ୭ରେ ଦେଶରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଥିବାବେଳେ ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ଏବଂ ସେପ୍ଟେମ୍ବର ୨୮ରେ ସଂକ୍ରମଣ ମାମଲା ୬୦ ଲକ୍ଷ ଟପିଛି। ଦେଶରେ ଆରୋଗ୍ୟ ହାର ୮୫.୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୨ ହଜାର ୭୫୩ ଜଣ ଆରୋଗ୍ୟ ହୋଇଛନ୍ତି। ୧୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି।



from Kanak News https://ift.tt/33LtNo8 https://ift.tt/2S7HNSD
ଦେଶରେ ସକ୍ରିୟ ମାମଲା ୯ ଲକ୍ଷରୁ କମ୍‌: ୭୩ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା; କରୋନାରୁ ସୁସ୍ଥ ହେଲେଣି ୫୯ ଲକ୍ଷ ୮୮ ହଜାର ୮୨୨ ଜଣ ଆକ୍ରାନ୍ତ Kanak News ଦେଶରେ ସକ୍ରିୟ ମାମଲା ୯ ଲକ୍ଷରୁ କମ୍‌: ୭୩ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା; କରୋନାରୁ ସୁସ୍ଥ ହେଲେଣି ୫୯ ଲକ୍ଷ ୮୮ ହଜାର ୮୨୨ ଜଣ ଆକ୍ରାନ୍ତ Kanak News Reviewed by SUBHENDU BARAL on October 10, 2020 Rating: 5

No comments:

Powered by Blogger.