ନୂଆଦିଲ୍ଲୀ ୧୧/୧୦: ତିନି ତଲାକ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ତଥା ଲମ୍ବା ଲଢ଼େଇ ଲଢ଼ିଥିବା ସାଇରା ବାନୋ ଶନିବାର ବିଜେପିରେ ସାମିଲ ହୋଇଛନ୍ତି। ସେ ଥିଲେ ପ୍ରଥମ ମହିଳା ଯିଏ କି ସୁପ୍ରମିକୋର୍ଟରେ ତିନି ତଲାକ ବିରୋଧରେ ଯାଚିକା ଆବେଦନ କରିଥିଲେ। ସାଇରା ବାନୋ ବିଜେପି ଅଧ୍ୟକ୍ଷ ବଂଶୀଧର ଭଗତ ଓ ଅନ୍ୟ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ବିଜେପି ତାଙ୍କୁ ସଦସ୍ୟତା ପ୍ରଦାନ କରି ଦଳରେ ସାମିଲ କରିଛି। ସେ ପିଏମ ନରେନ୍ଦ୍ର ମୋଦି ଓ ବିଜେପି ନୀତିରେ ପ୍ରେରିତ ହୋଇ ପାର୍ଟିରେ ସାମିଲ ହୋଇଥିବା କହିଛନ୍ତି।
ସେ କୋର୍ଟରେ ଏହା ବିରୋଧରେ ଯାଚିକା ଆବେଦନ କରିବା ପରେ ତିନି ତଲାକ ଉପରେ ଅଦାଲତ କଟକଣା ଲଗାଇ ଥିଲେ। ତେବେ ସେ ଯେଉଁ ଭଳି ଭାବେ ତିନି ତଲାକ ବିରୋଧରେ ନ୍ୟାୟର ଲଢ଼େଛ ଲଢ଼ିଲେ ସେହିପରି ସେ ବିଜେପିର ସିଦ୍ଧାନ୍ତକୁ ଆଗକୁ ନେବେ ବୋଲି କହିଛନ୍ତି ଭଗତ।
ସୂଚନାଯୋଗ୍ୟ ୨୦୧୬ ଫେବୃଆରୀ ୨୩ରେ ସେ ସୁପ୍ରିମକୋର୍ଟରେ ତିନି ତଲାକ ବିରୋଧରେ ଯାଚିକା ଆବେଦନ କରିଥିଲେ। ତେବେ ୨୦୧୭ ଅଗଷ୍ଟ ୨୨ରେ ସୁପ୍ରିମ କୋର୍ଟ ଏହା ଉପରେ ଐତିହାସିକ ନିଷ୍ପତ୍ତି ଶୁଣାଇ ଥିଲେ।
from Prameya News7 https://ift.tt/3iWUHhv

No comments: