
କନକ ବ୍ୟୁରୋ : ଦେଶରେ କରୋନା ଟେଷ୍ଟିଂ ୯ କୋଟି ଟପିଯାଇଛି। ଦୈନିକ ସଂକ୍ରମଣ ଲଗାତାର କମିବାରେ ଲାଗିଛି। ପଜିଟିଭ୍ ହାର ମଧ୍ୟ ୮.୦୪ ପ୍ରତିଶତ ରହିଛି ଏବଂ ଲଗାତାର ଭାବେ କମୁଛି। ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପଜିଟିଭ୍ ହାର ଜାତୀୟ ହାରଠାରୁ ଅଧିକ ରହୁଛି। ଗତ କିଛିଦିନ ଧରି ଦେଶରେ ସଂକ୍ରମଣ ମାମଲାଠାରୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି।
ଦେଶରେ ଏବେ ୮ ଲକ୍ଷ ୨୬ ହଜାର ୮୭୬ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୧.୪୨ ପ୍ରତିଶତ। ଲଗାତାର ୬ ଦିନ ଧରି ଦେଶରେ ସକ୍ରିୟ ମାମଲା ୯ ଲକ୍ଷରୁ କମ୍ ରହୁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ଯେ, ଅଧିକ ଟେଷ୍ଟିଂ ଯୋଗୁଁ ପଜିଟିଭ୍ ମାମଲାକୁ ଆଗୁଆ ଚିହ୍ନଟ କରିହୋଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାର ୬୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ୬୩ ହଜାର ୫୦୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ୮୭.୦୫ ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୬୩ ଲକ୍ଷ ୧ ହଜାର ୯୨୭କୁ ବୃଦ୍ଧି ପାଇଛି। ଦେଶରେ ଏବେ ୧୯୩୫ ଟେଷ୍ଟିଂ ଲ୍ୟାବ୍ ରହିଛି। ଏଥିରୁ ୧୧୧୨ଟି ସରକାରୀ ଲ୍ୟାବ୍ ଥିବା ବେଳେ ୮୨୩ଟି ଘରୋଇ ଲ୍ୟାବ୍ ରହିଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୭୨ ଲକ୍ଷ ୩୯ ହଜାର ୩୮୯ ପହଞ୍ଚିଥିବାବେଳେ ୧ ଲକ୍ଷ ୧୦ ହଜାର ୫୮୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
from Kanak News https://ift.tt/3nU5sor https://ift.tt/30iFTlU
Reviewed by SUBHENDU BARAL
on
October 14, 2020
Rating:
No comments: