ନାଁ ଅସଲି ମାଲ ନକଲି: ଯାଜପୁର ଛତିଆ ଅଂଚଳରୁ ଲକ୍ଷାଧିକ ଟଙ୍କାର ନକଲି ପାନ ଜର୍ଦ୍ଦା ଜବତ; କ୍ରାଇମବ୍ରଂଚ ଏସଟିଏଫ ଓ ପୁଲିସ ମିଳିତ ଚଢାଉ, ଜଣେ ଅଟକ Kanak News

କନକ ବ୍ୟୁରୋ: ନାଁ ଅସଲି, କିନ୍ତୁ ପ୍ୟାକେଟ୍ ଭିତରେ ରହିଛି ନକଲି ଜିନିଷ । ଯାଜପୁର ଛତିଆ ଅଂଚଳରୁ ଏପରି ଏକ ନକଲି ଜର୍ଦ୍ଦା ଜବତ କରିଛି । ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି , ଘଟଣାରେ ଜଣେ ଅଟକ ଅଛନ୍ତି । ଯାଜପୁର ଜିଲ୍ା ଛତିଆ ଅଂଚଳର ବିଦ୍ୟାଧରପୁର ଗାଁରେ କଟକ କ୍ରାଇମବ୍ରଂଚ ଏସଟିଏଫ ଓ ବଇରୀ ପୁଲିସ ମିଳିତ ଭାବେ ଚଢାଉ କରି ବହୁ ପରିମାଣର ନକଲି ଜର୍ଦ୍ଦା, ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଛୋଟବଡ ମେସିନକୁ ଜବତ କରିଛି । ଦୁଇ ବର୍ଷତଳେ ଛତିଆ ଅଂଚଳରୁ ମଧ୍ୟ ବିପୁଳ ପରିମାଣର ନକଲି ଗୋପାଳ ଜର୍ଦ୍ଦା ଯାଜପୁର ପୋଲିସ ଦ୍ୱାରା ଜବତ ହୋଇଥିଲା । ତେବେ ଆଜି ଜବତ ହୋଇଥିବା ନକଲି ଜର୍ଦ୍ଦାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।



from Kanak News https://ift.tt/3cNNIFU https://ift.tt/2EQKftG
ନାଁ ଅସଲି ମାଲ ନକଲି: ଯାଜପୁର ଛତିଆ ଅଂଚଳରୁ ଲକ୍ଷାଧିକ ଟଙ୍କାର ନକଲି ପାନ ଜର୍ଦ୍ଦା ଜବତ; କ୍ରାଇମବ୍ରଂଚ ଏସଟିଏଫ ଓ ପୁଲିସ ମିଳିତ ଚଢାଉ, ଜଣେ ଅଟକ Kanak News ନାଁ ଅସଲି ମାଲ ନକଲି: ଯାଜପୁର ଛତିଆ ଅଂଚଳରୁ ଲକ୍ଷାଧିକ ଟଙ୍କାର ନକଲି ପାନ ଜର୍ଦ୍ଦା ଜବତ; କ୍ରାଇମବ୍ରଂଚ ଏସଟିଏଫ ଓ ପୁଲିସ ମିଳିତ ଚଢାଉ, ଜଣେ ଅଟକ Kanak News Reviewed by SUBHENDU BARAL on October 01, 2020 Rating: 5

No comments:

Powered by Blogger.