ପଟ୍ଟାମୁଣ୍ଡାଇ ୨।୧୦: ଦୀର୍ଘ ୭ ମାସ ପରେ ଅକ୍ଟୋବର ୧ ତାରିଖରୁ ଖୋଲିଲା ଭିତରକନିକା । ପ୍ରଥମ ଦିନରେ ଭିତରକନିକାରେ ରାତ୍ରି ଯାପନ କଲେ ୧୩ ଜଣ ପର୍ଯ୍ୟଟକ । ଦୀର୍ଘ ୭ ମାସ ପରେ ଭିତରକନିକା ଖୋଲିବା ପରେ ପର୍ଯ୍ୟଟକଙ୍କ ଖୁସି କହିଲେ ନସରେ ।
ଡାଙ୍ଗମାଳଠାରେ ରାତ୍ରି ଯାପନ କରିବା ସହିତ ସରକାରୀ ବୋଟରେ ବୁଲି ମଜା ନେଲେ ପର୍ଯ୍ୟଟକ । ଶୁକ୍ରବାର ଦ୍ବିତୀୟ ଦିନରେ ସମୁଦାୟ ୩୯ଟି ରୁମରୁ ୨୨ଟି ରୁମ ବୁକିଂ କରାଯାଇଥିବା ସୂଚନା ମିଳିଛି । ଅନ୍ଲାଇନରେ ବୁକିଂ ବଢିବା ନେଇ ଆଶା ରଖିଛି ବନ ବିଭାଗ । କରୋନା କଟକଣା ପାଇଁ ଦୀର୍ଘ ସାତ ମାସରୁ ବନ୍ଦ ଥିବା ଭିତରକନିକା ।
from Prameya News7 https://ift.tt/2Sf9zg4
୭ମାସ ପରେ ଖୋଲିଲା ଭିତରକନିକା, ପ୍ରଥମ ଦିନରେ ୧୩ ପର୍ଯ୍ୟଟକ କଲେ ରାତ୍ରିଯାପନ
Reviewed by SUBHENDU BARAL
on
October 01, 2020
Rating:

No comments: