କୋଭିଡ ନିୟମକୁ ଫୁ : ଫୁଟବଲ୍ ମ୍ୟାଚ୍ ଦେଖିବା ପାଇଁ ଶହଶହ ଲୋକ, ନଥିଲା ସାମାଜିକ ଦୂରତା କି ନାହିଁ ଅନେକଙ୍କ ମୁହଁରେ ମାସ୍କ

ଲମତାପୁଟ ୦୫।୧୦: କରୋନା କାଳରେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ଫୁଟବଲ୍  ମ୍ୟାଚ୍ । କୋଭିଡ ସଂକଟ ସମୟରେ କୋରାପୁଟ ଜିଲ୍ଲା ଲମତାପୁଟରୁ ଆସିଛି ଅଭାବନୀୟ ଚିତ୍ର ।

କଟକଣା ସତ୍ତ୍ୱେ ଶହ ଶହ ଲୋକ ଏକାଠି ହୋଇ ଆୟୋଜିତ ଫୁଟବଲ ମ୍ୟାଚର ମଜା ନେଉଛନ୍ତି । ଆଉ କୋଭିଡ କଟକଣାର ଖୋଲାଖୋଲି ଧଜିଆ ଉଡୁଛି । ମ୍ୟାଚ୍ ବେଳେ ନା ଥିଲା ସାମାଜିକ ଦୂରତା ନା କାହା ମୁହଁରେ ଥିଲା ମାସ୍କ । ଦିନେ କି ଦୁଇ ଦିନ ନୁହଁ ବରଂ ସପ୍ତାହେ ଧରି ଏହି ଫୁଟବଲ ମ୍ୟାଚ ଏଠାରେ ଚାଲିଥିବା ବେଳେ ଗତକାଲି ଥିଲା ଏହାର ଫାଇନାଲ ମ୍ୟାଚ ।

ସବୁଠୁ ବଡ କଥା ହେଲା ପ୍ରଶାସନର ବିନା ଅନୁମତିରେ ଏହା ସପ୍ତାହେ ଧରି ଚାଲିଥିଲେ ବି ଏହା ଉପରେ ନା ପୋଲିସ ନା ପ୍ରଶାସନ କେହି ରୋକ ଲଗାଇଥିଲା। ବରଂ ଫାଇନାଲ ମ୍ୟାଚରେ ସ୍ଥାନୀୟ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ଏଠି ଅତିଥି ଭାବେ ଯୋଗ ଦେଇଥିଲେ । ଯାହାକୁ ନେଇ ଅଙ୍ଗୁଳି ଉଠିଛି । ନ୍ୟୁଜ୭ରେ ଏକ୍ଳୁସିଭ ଚିତ୍ର । କାହା ଅନୁମତିରେ ଏହି ମ୍ୟାଚ ସପ୍ତାହେ ଧରି ଚାଲିଥିଲା ଓ ପୋଲିସ ବାବୁ କାହା ଅନୁମତିରେ ଏଠି ଅତିଥି ଭାବେ ଯୋଗ ଦେଇଥିଲେ ତାକୁ ନେଇ ପ୍ରଶ୍ନଚିହ୍ନ ଉଠିଛି ।

ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ହଜାର ପାର କରିଛି । ଲୋକଙ୍କୁ ସଚେତନ କରିବାରେ ଲାଗି ପଡିଛି ପ୍ରଶାସନ । ହେଲେ ଏହି ସମୟରେ ପୋଲିସ ବାବୁଙ୍କ ଏପରି ମ୍ୟାଚରେ ଯୋଗ ଦେବାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହାକୁ ନେଇ ବୁଦ୍ଧିଜୀବୀ, ଆୟୋଜକ ଓ ପୋଲିସ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।



from Prameya News7 https://ift.tt/3le9s0N
କୋଭିଡ ନିୟମକୁ ଫୁ : ଫୁଟବଲ୍ ମ୍ୟାଚ୍ ଦେଖିବା ପାଇଁ ଶହଶହ ଲୋକ, ନଥିଲା ସାମାଜିକ ଦୂରତା କି ନାହିଁ ଅନେକଙ୍କ ମୁହଁରେ ମାସ୍କ କୋଭିଡ ନିୟମକୁ ଫୁ : ଫୁଟବଲ୍ ମ୍ୟାଚ୍ ଦେଖିବା ପାଇଁ ଶହଶହ ଲୋକ, ନଥିଲା ସାମାଜିକ ଦୂରତା କି ନାହିଁ ଅନେକଙ୍କ ମୁହଁରେ ମାସ୍କ Reviewed by SUBHENDU BARAL on October 04, 2020 Rating: 5

No comments:

Powered by Blogger.