ଋଷ୍‌ରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଅଚାନକ ସ୍କୁଲକୁ କରିବାକୁ ପଡିଲା ଛୁଟି

ନୂଆଦିଲ୍ଲୀ ୦୬।୧୦: ସାରାବିଶ୍ୱ ଏବେ କରୋନା ମହାମାରୀରେ କବଳରେ ରହିଛି । ଏବେକା ସମୟରେ ନିଜର ପ୍ରଥମ କରୋନା ଭ୍ୟାକ୍‌ସିନ୍‌ ବାହାର କରି ଚର୍ଚ୍ଚାରେ ଥିବା ଦେଶରେ ପୁଣି ଥରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରିବାକୁ ଘୋଷା କରାଯାଇଛି । ଋଷ୍ ରେ ଲଗାତର ଭାବେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଦିନ ଏଠାରେ ୧୦,୮୮୮ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୩,୫୩୭ କେବଳ ରାଜଧାନୀ ମସ୍କୋରୁ ଆସିଛି । ମେ ପରେ ଏହା ସବୁଠାରୁ ଅଧିକ କରୋନା ମାମଲା ବୋଲି ସୂଚନା ରହିଛି ।

ମିଳିଥିବା ଖବର ଅନୁଯାୟୀ, କରୋନାରେ ୧୧୭ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୧,୪୭୫ରେ ପହଞ୍ଚିଛି । କରୋନା ଭାଇରସ ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୨୫,୮୮୯ରେ ପହଞ୍ଚିଛି ।

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବା ଦେଖି ସ୍କୁଲଗୁଡିକୁ ସୋମବାର ଦିନ ଅଚନାକ ଛୁଟିର ଘୋଷଣା କରାଯାଇଛି । ସ୍କୁଲରେ ଅତିକମ୍‌ରେ ୩୦ ପ୍ରତିଶତ ଷ୍ଟାପଙ୍କ ଆବଶ୍ୟକ ରହିଛି । ମସ୍କୋର ମେୟର ଗତ ସପ୍ତାହରେ ଅତିକମ୍‌ରେ ୧୫ଦିନ ସ୍କୁଲ ବନ୍ଦ କରିବାକୁ ଘୋଷଣାକରିଥିଲେ , ଏବଂ ୩୦ପ୍ରତିଶତ ଷ୍ଟାପ୍‌ଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆଉ ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯିବା ନେଇ ଚିନ୍ତା କରାଯାଉଛି ବୋଲି ସୂଚନା ରହିଛି । ସ୍ଥାନୀୟ ଅଧିକାରୀଙ୍କ ମୁତାବିକ ଲକ୍‌ଡାଉନ୍‌ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ , କିନ୍ତୁ ସମସ୍ତେ ସାମାଜିକ ଦୂରତା ମାନିବାକୁ ବାଧ୍ୟ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଶ୍ୱର ସର୍ବପ୍ରଥମ କରୋନା ଭ୍ୟାକ୍‌ସିନ୍‌ ରୁଷ୍‌ ନିଜ ନାମରେ ରେଜିଷ୍ଟର କରିଛି । ସେହିପରି ଆଉ ଏକ ଭ୍ୟାକ୍‌ସିନ୍‌ ଶେଷ ହୋଇଯାଇଛି । ଖୁବଶୀଘ୍ର ଏହାର ମଧ୍ୟ ରେଜିଷ୍ଟାର କରିବା ପାଇଁ ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତି ପୁତିନ ପୂର୍ବରୁ କହିଥିଲେ କି ଚଳିତ ମାସରେ (ଅକ୍ଟୋବର)ରେ କରୋନାର ଦ୍ୱିତୀୟ ଭ୍ୟାକ୍‌ସିନ୍‌ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି ।



from Prameya News7 https://ift.tt/33xKkvL
ଋଷ୍‌ରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଅଚାନକ ସ୍କୁଲକୁ କରିବାକୁ ପଡିଲା ଛୁଟି ଋଷ୍‌ରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଅଚାନକ ସ୍କୁଲକୁ କରିବାକୁ ପଡିଲା ଛୁଟି Reviewed by SUBHENDU BARAL on October 05, 2020 Rating: 5

No comments:

Powered by Blogger.