ଘରେ ପଶିଥିଲେ ଲୁଟ୍ କରିବାକୁ, ଅଟକାଇବାରୁ କରିଲେ ଛୁରା ମାଡ଼ ; ଡକାୟତକୁ ଧରି ଉତ୍ତମ ମଧ୍ୟମ ଦେଲେ ଲୋକେ

ବାଲିଗୁଡ଼ା ୧୪।୧୦: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଡକାୟତର ଛୁରା ମାଡ଼ରେ ବ୍ଲକ କର୍ମଚାରୀ ଆହତ । ଥାନା ଠାରୁ ଶହେ ମିଟର ଦୂର ବ୍ଲକ କଲୋନୀରେ ଏଭଳି ଘଟଣା ଘଟିଛି।

ଗତକାଲି ରାତିରେ ବ୍ଲକ କର୍ମଚାରୀ ବିଜୟ ଲକ୍ଷ୍ମୀ ପଣ୍ଡାଙ୍କ ପଡ଼ିଶା ଘରେ ପଶି ଜଣେ ଦୁର୍ବୃତ୍ତ ଡକାୟତି କରୁଥିଲା। ସ୍ବାମୀ ସ୍ତ୍ରୀଙ୍କ ବେକରେ ଛୁରୀ ଲଗାଇ ଟଙ୍କା ସୁନା ରୁପା ମାଗିଥିଲା ଡକାୟତ। ପାଟିତୁଣ୍ଡ ଶୁଣି ବିଜୟଲକ୍ଷ୍ମୀ  ଆସି ଛଡେଇବାକୁ  ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତର ଆକ୍ରମଣରେ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରାଯାଇଥିଲା । ସେଠାରୁ  ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନୀୟ ଲୋକେ ଡକାୟତକୁ କାବୁକରି ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ବାଲିଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତକୁ  ଗିରଫ କରିଛି ।



from Prameya News7 https://ift.tt/3k1KO3e
ଘରେ ପଶିଥିଲେ ଲୁଟ୍ କରିବାକୁ, ଅଟକାଇବାରୁ କରିଲେ ଛୁରା ମାଡ଼ ; ଡକାୟତକୁ ଧରି ଉତ୍ତମ ମଧ୍ୟମ ଦେଲେ ଲୋକେ ଘରେ ପଶିଥିଲେ ଲୁଟ୍ କରିବାକୁ, ଅଟକାଇବାରୁ କରିଲେ ଛୁରା ମାଡ଼ ; ଡକାୟତକୁ ଧରି ଉତ୍ତମ ମଧ୍ୟମ ଦେଲେ ଲୋକେ Reviewed by SUBHENDU BARAL on October 13, 2020 Rating: 5

No comments:

Powered by Blogger.