କାର୍ ସହ ଜଳିଗଲେ ଏନସିପି ନେତା ସଞ୍ଜୟ ସିନ୍ଦେ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ସାନଟାଇଜର ହେଲା କାଳ

ନୂଆଦିଲ୍ଲୀ ୧୪।୧୦: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ସଞ୍ଜୟ ସିନ୍ଦେଙ୍କ ମଙ୍ଗଳବାର ଅପ୍ରତ୍ୟାଶିତ ମୃତ୍ୟୁ ଘଟିଛି। ୯୫ ବର୍ଷୀୟ ସିନ୍ଦେ ଦଳର ବରିଷ୍ଠ ନେତା ଥିଲେ ।  ସିନ୍ଦେଙ୍କ ଗାଡିରେ ମଙ୍ଗଳବାର ନିଆଁ ଲାଗି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସେହି ସମୟରେ ଘଟିଛି ଯେତେବେଳେ ସେ  ମୁମ୍ବାଇ-ଆଗ୍ରା ରାଜମାର୍ଗରେ ପିମ୍ପଲଗାଓଁ ବସବନ୍ତ ଟୋଲ ପ୍ଲାଜା ନିକଟରେ ଥିଲେ। ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି।

ନାସିକ ଜିଲ୍ଲାର ଜଣେ ଅଙ୍ଗୁର ରପ୍ତାନୀକାରୀ ଥିବା ସିନ୍ଦେ ନିଜର ବଗିଚା ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଅଁ ରାସ୍ତାରେ ଥିଲେ। ସେହି ସମୟରେ କଦଭା ନଦୀର ଓଭରବ୍ରିଜ୍ ନିକଟରେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଛି। ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଗାଡିରେ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଥିଲା। ଏହି କାରଣରୁ ନିଆଁ ଭୀଷଣ ରୂପ ନେଇଥିଲା।

ସିନ୍ଦେ ଗାଡିର ଡୋର ଖୋଲିବା ସହିତ କାଚ୍ ଭାଙ୍ଗିବାକୁ  ଚେଷ୍ଟା କରିଥିଲେ। ହେଲେ ସେଥିରେ ସଫଳ  ହୋଇପାରିନଥିଲେ। ଏହି ସମୟରେ ନିଆଁ ଆହୁରି ଭୀଷଣ ରୂପ ନେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଡିରେ ନିଆଁ ଲାଗିବା ଖବର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ସିନ୍ଦେଙ୍କୁ ବଞ୍ଚାଇବାକୁ  ଚେଷ୍ଟା କରିଥିଲେ। ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦେଇଥିଲେ। ଦମକଳର କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଏହା ପରେ ମୃତକ ଏନସିପି ନେତା ସଞ୍ଜୟ ସିନ୍ଦେ ବୋଲି ଜଣା ପଡିଥିଲା।



from Prameya News7 https://ift.tt/33WM3Lm
କାର୍ ସହ ଜଳିଗଲେ ଏନସିପି ନେତା ସଞ୍ଜୟ ସିନ୍ଦେ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ସାନଟାଇଜର ହେଲା କାଳ କାର୍ ସହ ଜଳିଗଲେ ଏନସିପି ନେତା ସଞ୍ଜୟ ସିନ୍ଦେ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ସାନଟାଇଜର ହେଲା କାଳ Reviewed by SUBHENDU BARAL on October 14, 2020 Rating: 5

No comments:

Powered by Blogger.