ଯନ୍ତ୍ରଣାରେ ଛଟପଟ ହେଉଥିଲେ ଛୁରାମାଡର ଶିକାର ଯୁବକ, ହସ୍ପିଟାଲରେ ଭର୍ତ୍ତି ନକରି କାଗଜ ପତ୍ର କାମ କଲା ପୋଲିସ

ଭୋପାଳ, ୧୮|୧୦ :  ଆହତ ଯୁବକଙ୍କ କଷ୍ଟ ଦେଖିପାରିଲାନି ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଆହତଙ୍କୁ ମେଡିକାଲ ନେବା ବଦଳରେ କାଗଜପତ୍ର କରିବାକୁ ପ୍ରାଥମିକତା ଦେଲେ ପୋଲିସ ବାବୁ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଯାହାକୁ ନେଇ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁସାରେ, ମଧ୍ୟପ୍ରଦେଶର ଜବଲପୁରରେ ସୋନୁ ନାମରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ କରିଥିଲେ । ଯୁବକଜଣଙ୍କ ଏଥିରେ ଗୁରୁତର ହୋଇଥିଲେ । ଏପରିକି ଛୁରା ତାଙ୍କ ପିଠିରେ ରହି ଯାଇଥିଲା । ପ୍ରବଳ ରକ୍ତସ୍ରାବ ହେଉଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ନେବା ବଦଳରେ ଥାନାକୁ ନେଇଥିଲା । ସେଠାରେ କିଛି କାଗଜପତ୍ର କାମ କରିଥିଲା । ଯୁବକଜଣଙ୍କର ପ୍ରବଳ ରକ୍ତସ୍ରାବ ହେବା ସତ୍ତ୍ୱେ ପୋଲିସ ତାଙ୍କୁ ମେଡିକାଲରେ ଭର୍ତ୍ତି ନକରି କାଗଜପତ୍ର କାମ କରୁଥିବା ନଜର ଆସିଥିଲା । ଏପଟେ ଯୁବକଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଠିଆ ହୋଇଥିଲେ ।

ଏପରି ଭାବେ ଯନ୍ତ୍ରଣା ଜର୍ଜରିତ ହୋଇ ଯୁବକଜଣଙ୍କ ପ୍ରାୟ ୧ ଘଣ୍ଟା ଧରି ଠିଆ ହୋଇ ରହିଥିଲେ । ତେବେ ଏହି ଘଟଣା ପରେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି । ପୋଲିସ କଣ ପାଇଁ ପ୍ରଥମେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କଲା ନାହିଁ ଏହାକୁ ନେଇ ମଧ୍ୟ ବିରୋଧୀ କଂଗ୍ରେସ ପ୍ରଶ୍ନ କରିଛି ।

ତେବେ ପୋଲିସ ଅଭିଯୋଗ ପାଇବା ପରେ ମାମଲାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।



from Prameya News7 https://ift.tt/349pKSI
ଯନ୍ତ୍ରଣାରେ ଛଟପଟ ହେଉଥିଲେ ଛୁରାମାଡର ଶିକାର ଯୁବକ, ହସ୍ପିଟାଲରେ ଭର୍ତ୍ତି ନକରି କାଗଜ ପତ୍ର କାମ କଲା ପୋଲିସ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଛୁରାମାଡର ଶିକାର ଯୁବକ, ହସ୍ପିଟାଲରେ ଭର୍ତ୍ତି ନକରି କାଗଜ ପତ୍ର କାମ କଲା ପୋଲିସ Reviewed by SUBHENDU BARAL on October 17, 2020 Rating: 5

No comments:

Powered by Blogger.