୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ

ରାଉରକେଲା ୨୧।୧୦: ପୁଣି ଏକ ବଡ଼ଧରଣ ଜିଏସ୍‌ଟି ଠକେଇ ଅଭିଯୋଗ । ରାଉରକେଲାରେ ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି । ଜିଏସ୍‌ଟି ପକ୍ଷରୁ  ଛାନ୍‌ଭିନ୍ ଆରମ୍ଭ ହୋଇଛି ।

ଖବର ଅନୁଯାୟୀ, ନିର୍ମାଣ ଶ୍ରମିକଙ୍କ ଜାଲ୍‌ କାଗଜ ପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲାଯାଇ ଠକେଇ ହୋଇଛି । ଯାହାକି ପ୍ରାୟ ୧୨କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ଆସିଛି । ଏହାପରେ ଜିଏସ୍‌ଟି ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଠକେଇରେ କେଉଁମାନେ ସାମିଲ ଅଛନ୍ତି, ସେନେଇ ଖୋଲତାଡ଼ ଜାରି ରଖିଛି । ପୂର୍ବରୁ ରାଉରକେଲା ଅନେକ ଥର ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଏସ୍‌ଟି ବିଭାଗ ପକ୍ଷରୁ ରେଡ୍‌ କରାଯାଇ ଅନେକଙ୍କୁ ଗିରଫ କରାଯାଇଛି ।



from Prameya News7 https://ift.tt/2Tb7NwO
୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ Reviewed by SUBHENDU BARAL on October 20, 2020 Rating: 5

No comments:

Powered by Blogger.