ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା ପୋଲିସ୍ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ବୋହୂଙ୍କୁ ବିଜୟ ଏବଂ ପୁଅ ଯାମିନୀ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ଝିଅ ଘର ତଥା ଯାମିନୀଙ୍କ ଶ୍ୱଶୁର ଘର ଲୋକେ।
ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।
ଯାମିନୀଙ୍କ ଶ୍ୱଶୁର ଘର ଲୋକଙ୍କ କହିବା ଅନୁଯାୟୀ,ସେମାନଙ୍କ ଝିଅ ବେହୋସ ହୋଇଯାଇଛି, ତାଙ୍କୁ ହସ୍ପିଟାଲ ନିଆଯାଇଛି ବୋଲି ଯାମିନୀ ସେମାନଙ୍କୁ ଜଣାଇଥିଲେ। ହେଲେ ସେଠାରେ ମୃତ୍ୟୁ ହେବା ପରେ ମୃତଦେହ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି ବୋଲି କହିଥିଲେ।
ଝିଅ ବେକରେ ଦଉଡ଼ି ଭିଡ଼ିଲା ଭଳି ଚିହ୍ନ ସହ ଶରୀର ମଧ୍ୟ ନୀଳ ରଙ୍ଗ ପଡ଼ି ଯାଇଥିଲା ବୋଲି ଯାମିନୀଙ୍କ ଶ୍ୱଶୁର ଘର ଲୋକେ ଅଭିଯୋଗ କରିଛନ୍ତି।
ଯାମିନୀଙ୍କ ଶାଶୂଙ୍କ କହିବା ଅନୁଯାୟୀ, ‘ଫେବୃଆରୀ ୧୬ରେ ବିବାହ ହୋଇଥିଲା। ବିବାହ ପରଠୁ ଝିଅର ଶ୍ୱଶୁର ଓ ଜ୍ୱାଇଁ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ। ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି।’
ସୂଚନା ଅନୁସାରେ, ଗତ ଫେବୃଆରୀ ୧୬ରେ ବିଜୟ କୁମାରଙ୍କ ପୁଅ ଯାମିନୀଙ୍କ ବିବାହ ହୋଇଥିଲା। ଯାମିନୀଙ୍କ ପରିବାର ଲୋକେ ତାଙ୍କ ଝିଅଙ୍କୁ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଉଥିଲେ ବୋଲି ଝିଅ ଘର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ଝିଅ ଘର ଲୋକେ ଦାବି କରିଛନ୍ତି।
The post ‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ appeared first on OTV Khabar..
from OTV Khabar. https://ift.tt/2FXC131
Reviewed by SUBHENDU BARAL
on
September 19, 2020
Rating:
No comments: