ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ Rajalaxmi Sahoo

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶୱନ୍ତ ସିଂଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଯଶୱନ୍ତ ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି। 

ଯଶୱନ୍ତ ସିଂ ଜୀ ଦେଶ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଯଶୱନ୍ତ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କରି ରାଜନାଥ ସିଂ ଟ୍ୱିଟ୍‌ କରି କହିଛନ୍ତି, ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ରହିବ।

ଯଶୱନ୍ତ ସିଂ, ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଅର୍ଥମନ୍ତ୍ରୀ ଭଳି ବହୁ ଗୁରତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳି ଥିଲେ।

୧୯୩୮ରେ ଯଶୱନ୍ତ ସିଂ ଜନ୍ମ ଗ୍ରହଣ କରିଥିଲେ। ଯୁବାବସ୍ଥାରେ ସେନାରେ ଯୋଗଦେଇ ସେ ଦେଶ ସେବା କରିଥିଲେ। ଏହାପରେ ରାଜନୀତିରେ ଯୋଗଦେଇ ବିଜେପିରେ ସାମିଲ ହୋଇଥିଲେ। ସେ ୧୯୮୦, ୧୯୮୬, ୧୯୯୮, ୧୯୯୯, ୨୦୦୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହାଛଡ଼ା ୧୯୯୦, ୧୯୯୧, ୧୯୯୬ ଓ ୨୦୦୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

The post ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ appeared first on OTV Khabar..



from OTV Khabar. https://ift.tt/344KFVU
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ Rajalaxmi Sahoo ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ Rajalaxmi Sahoo Reviewed by SUBHENDU BARAL on September 26, 2020 Rating: 5

No comments:

Powered by Blogger.