ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ । କେନ୍ଦ୍ରରେ ପାଇଥିଲେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ : ଅଟଳବିହାରୀ ବାଜପେୟୀଙ୍କ ଥିଲେ ଘନିଷ୍ଠ ସହଯୋଗୀ Kanak News

କନକ ବ୍ୟୁରୋ : ପରଲୋକରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଯଶୱନ୍ତ ସିଂ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କର ପରଲୋକରେ ଟୁଇଟ୍ କରି ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସମାଜସେବା ଏବଂ ରାଜନୀତିରେ ତାଙ୍କର ଭିନ୍ନ ଦୃଷ୍ଟିକୋଣ ତାଙ୍କୁ ଚିରକାଳ ଅମର କରି ରଖିବ ବୋଲି ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବାଜପେୟୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଯଶୱନ୍ତ ସିଂ । ଏନଡିଏର ପ୍ରଥମ ସରକାର ସମୟରେ ବିଦେଶ ଏବଂ ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଥିଲା ତାଙ୍କ ହାତରେ । ୧୯୯୯ରୁ ୨୦୦୪ ଯାଏଁ ସେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ତାଙ୍କର ନିଧନ ବିଜେପିକୁ ଶକ୍ତ ଆଘାତ ପରି ହୋଇଛି । ଜଣେ ପ୍ରଭାବଶାଳୀ ସାଂସଦ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସମୟରେ ତାଙ୍କର ଅବଦାନ ସବୁ ବେଳେ ମନେ ରହିବ ବୋଲି ଟୁଇଟ୍ କରିଛନ୍ତି ରାଜନାଥ ସିଂ ।



from Kanak News https://ift.tt/3jaEJRM https://ift.tt/3cxs8Wf
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ । କେନ୍ଦ୍ରରେ ପାଇଥିଲେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ : ଅଟଳବିହାରୀ ବାଜପେୟୀଙ୍କ ଥିଲେ ଘନିଷ୍ଠ ସହଯୋଗୀ Kanak News ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ । କେନ୍ଦ୍ରରେ ପାଇଥିଲେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ : ଅଟଳବିହାରୀ ବାଜପେୟୀଙ୍କ ଥିଲେ ଘନିଷ୍ଠ ସହଯୋଗୀ Kanak News Reviewed by SUBHENDU BARAL on September 26, 2020 Rating: 5

No comments:

Powered by Blogger.