କଟକ: ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। ହାଇକୋର୍ଟର କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଥିବାରୁ ଆଜି ଓ ଆସନ୍ତାକାଲି କୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ।
ଏହି ଦୁଇ ଦିନ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଏହି ସମୟରେ ହାଇକୋର୍ଟର ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ।
ଆଜି ପ୍ରକାଶିତ କଜ୍ ଲିଷ୍ଟକୁ ୨୩ ତାରିଖରେ ଶୁଣାଣି ସହ ୨୨, ୨୩, ୨୪, ୨୫ ତାରିଖ ପାଇଁ ସଂରକ୍ଷିତ ଥିବା ଜାମିନ୍ ଆବେଦନଗୁଡ଼ିକ ଏହାର ପରବର୍ତ୍ତୀ ଦିନମାନଙ୍କରେ ବିଚାର କରାଯିବ ବୋଲି ରେଜିଷ୍ଟ୍ରାର ଜେନରାଲଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
The post ୨ ଦିନ ଓଡ଼ିଶା ହାଇକୋର୍ଟ ବନ୍ଦ appeared first on OTV Khabar..
from OTV Khabar. https://ift.tt/3cguMiV
୨ ଦିନ ଓଡ଼ିଶା ହାଇକୋର୍ଟ ବନ୍ଦ Rajalaxmi Sahoo
Reviewed by SUBHENDU BARAL
on
September 20, 2020
Rating:
No comments: