ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ Rajalaxmi Sahoo

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯିବା ସହ ସାଧାରଣଜନତାଙ୍କ ଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସୋସିଆଲ୍‌ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସୁରତରେ ୭୧ ଫୁଟ୍‌ର ଏକ କେକ୍‌ ପ୍ରସ୍ତୁତ ହୋଇଛି, ଯାହାର ଓଜନ ରହିଛି ୭୧୧ କିଲୋ। କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସୁରତର ଭାଟପୋର ଅଞ୍ଚଳରେ ଥିବା ଏକ ବେକେରୀ ପକ୍ଷରୁ ଏହି କେକ୍ ପ୍ରସ୍ତୁତ କରାଯାଇଛି।

ଏହାସହ ୭୦ କିଲୋର ଏକ ଲଡ଼ୁ ମଧ୍ୟ ପ୍ରସ୍ତୁତ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

The post ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ appeared first on OTV Khabar..



from OTV Khabar. https://ift.tt/2ZMuwmH
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ Rajalaxmi Sahoo ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ Rajalaxmi Sahoo Reviewed by SUBHENDU BARAL on September 16, 2020 Rating: 5

No comments:

Powered by Blogger.