ଚେନ୍ନାଇ: ଦେଶରେ କରୋନା ଭାଇରସ୍ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି।
ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍ଡାଉନ୍ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩୧ ଯାଏ ଲକ୍ଡାଉନ୍ ବୃଦ୍ଧି ନେଇ ତାମିଲନାଡୁ ସରକାର ଘୋଷଣା କରିଛନ୍ତି। ଯଦିଓ ତାମିଲନାଡୁରେ ଲକ୍ଡାଉନ୍ ବୃଦ୍ଧି ନେଇ ଘୋଷଣା ହୋଇଛି, ହେଲେ କିଛି କଟକଣାକୁ କୋହଳ କରାଯିବା ସହ SOPs (standard operating procedures) ମଧ୍ୟ ଜାରି ହୋଇଛି।
- ସାପ୍ତାହିକ ଗ୍ରାମୀଣ ଲୋକାଲ୍ ମାର୍କେଟ୍ ଓ ସରକାରୀ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ପୁଣିଥରେ ଖୋଲିବା ପାଇଁ ନିଷ୍ପତ୍ତି।
- ଫିଲ୍ମ/ଶୁଟିଂ ସେଟ୍ର କ୍ରିୟୁ ମେମ୍ବରଙ୍କ ସଂଖ୍ୟା ୭୫ରୁ ୧୦୦କୁ ବୃଦ୍ଧି। ହେଲେ ସେଟ୍କୁ ଦର୍ଶକମାନେ ଯିବାକୁ ଅନୁମତି ମିଳିବ ନାହିଁ।
- ଅନ୍ୟ ସ୍ଥାନରୁ ଆସୁଥିବା ୧୦୦ଟି ବିମାନକୁ ଚେନ୍ନାଇ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ଅନୁମତି। ପୂର୍ବରୁ ୫୦ଟି ବିମାନକୁ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିଥିଲା।
- ସ୍କୁଲ୍, କଲେଜ, ଥିଏଟର୍, ସବ୍-ଅର୍ବାନ୍ ଟ୍ରେନ୍ ଓ ମନୋରଞ୍ଜନ ଉଦ୍ୟାନ/ପାର୍କ ବନ୍ଦ ରହିବ।
- ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ, ସୋସିଆଲ୍ ଡିଷ୍ଟାସିଂ ଓ ଥର୍ମାଲ୍ ସ୍କାନ୍ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।
ଦେଶରେ କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି। ମଙ୍ଗଳବାର ଦିନ ତାମିଲନାଡୁରେ ୫,୫୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତାମିଲନାଡୁରେ କରୋନା ମୃତ୍ୟୁ ସଂଖ୍ୟା ୧୦ ହଜାର ମୁହାଁ ହେଉଛି।
The post ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍ଡାଉନ୍ appeared first on OTV Khabar..
from OTV Khabar. https://ift.tt/2HCWsDf
No comments: